ମୃତ୍ୟୁ ହାର ରୋକିବା ପାଇଁ ପାଞ୍ଚ ଦିନିଆ ତାଲିମ ଶିବିର

ମୃତ୍ୟୁ ହାର ରୋକିବା ପାଇଁ ପାଞ୍ଚ ଦିନିଆ ତାଲିମ ଶିବିର

0 0
Read Time:3 Minute, 31 Second

ୱାର୍ଡ ସ୍ତରରେ ସ୍ୱାସ୍ଥ୍ୟ ସେବା କୁ ଘରେ ଘରେ ପହଂଚାଇବା ସହ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ରୋକିବା ପାଇଁ ଆଶା ଦିଦି ମାନଙ୍କୁ ପାଞ୍ଚ ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି I ସଂକ୍ରମଣ ଓ ଅଣ ସଂକ୍ରମଣ ରୋଗ ର ପ୍ରତିକାର କରିବା ସହ ନବଜାତ ଶିଶୁ ର ଘରୋଇ ଯତ୍ନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା I ଆସ୍କା ଉପଖଣ୍ଡ ଚିକିତ୍ସାଲୟ ଠାରେ ଆୟୋଜିତ ତାଲିମ ଶିବିର ରେ ଗଞ୍ଜାମ ଜିଲ୍ଲା ଜାତୀୟ ସ୍ଵାସ୍ତ୍ୟ ମିଶନ ଦ୍ୱାରା ଆୟୋଜିତ ଏହି ତାଲିମ ରେ ଜିଲ୍ଲା ଆଶା ପରିଚାଳକ ଆଶିଷ କୁମାର ମିଶ୍ର, ଜିଲ୍ଲା ତାଲିମ ଦାତା ରୂପେ ସୁଜାତା ପଟ୍ଟନାୟକ, ହରିହର ପାଢ଼ୀ, ଉପଖଣ୍ଡ ଚିକିତ୍ସାଲୟ ଏଡିଇଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ସରୋଜ କୁମାର ପାଢ଼ୀ  ପ୍ରମୁଖ ଉପସ୍ଥିତ ଥିଲେ I ଆସିକା ଏନ ଏ ସି ର କାର୍ଯ୍ୟରତ ୧୫ ଜଣ ଆଶା କର୍ମୀ, ଆସିକା ବ୍ଲକ ର ୭ଜଣ, ଧରାକୋଟ ବ୍ଲକ ର ୨ ଜଣ ଓ ଶେରଗଡ଼ ବ୍ଲକ ର ଜଣେ ଉପସ୍ଥିତ ରହିଥିଲେ Iତାଲିମ ଦାତା ଦ୍ୱୟ ମହିଳା ମାନଙ୍କୁ ଗର୍ଭ ଅବସ୍ଥା,ଶୈଶବ ଅବସ୍ଥା ବା ନବଜାତ ଶିଶୁ ଅବସ୍ଥା, କୈଶୋର ଅବସ୍ଥା, ଯୁବା ଅବସ୍ଥା, ବୃଦ୍ଧା ଅବସ୍ଥା ରେ ହେଉଥିବା ହିଂସା କୁ ଗୋଷ୍ଠୀ ସ୍ତରରେ  ଆଶା ଦିଦି କିଭଳି ରୋକିବା ଏହା ଉପରେ ତାଲିମ ପ୍ରଦାନ କରିଥିଲେ. ତତ ସହିତ ଲିଙ୍ଗ ନିରୂପଣ କଲେ ପ୍ରାକ ଗର୍ଭ ଧାରଣ ଓ ପ୍ରାକ ପ୍ରସୂତି ନିଦାନ କୌଶଳ ଆଇନ ର ଦିଗ, ମହିଳାଙ୍କ ପରିବାର ହିଂସା ରୁ ସୁରକ୍ଷା ତଥା (ଶାରିରିକ,ଯୌନଗତ, ମାନସିକ, ଅର୍ଥନୈତିକ )ଯୌତୁକ ଆଇନ, ଅନୈତିକ ଚାଳନ, ମାତୃତ୍ୱ ଅନୁଗ୍ରହ ଅଧିନିୟମ, ଦୁର୍ବଳ ଶ୍ରେଣୀ କୁ ଶିକ୍ଷା ଓ ସାମାଜିକ ନ୍ୟାୟ ସକାଶେ ଥିବା ଆଇନ, ନିଯୁକ୍ତି ରେ ମହିଳା ଙ୍କୁ ଅଣଦେଖା କଲେ,ଯୌତୁକ ନିରୋଧ ଆଇନ, ବାଲ୍ୟ ବିବାହ ନିରୋଧ,କନ୍ୟା କୁ ଶିଶୁ ଶ୍ରମିକରେ ନିୟୋଜିତ କରିବା,ଶିଶୁ ଚାଲାଣ, ଶିଶୁକୁ ଯୌନ ନିର୍ଯାତନା, ସ୍ୱାସ୍ଥ୍ୟ ଯତ୍ନ ରେ ମହିଳା ଙ୍କୁ ଅବହେଳା ହୋଇ ମୃତ୍ୟୁ ହେଲେ କ୍ଷତି ପୂରଣ ମିଳିବା, ନଗ୍ନ ଚିତ୍ର ଦେଖାଇ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ଅଶ୍ଳୀଳ ଫୋଟୋ ପଠାଇବା, ଜାତି, ଧର୍ମ କୁ ନେଇ ମହିଳାଙ୍କୁ ଅଣଦେଖା କରିବା, ହିନ୍ଦୁ ମହିଳା ଙ୍କ ସମ୍ପତି ରେ ଅଧିକାର, ଶିଶୁ ଅଧିକାର କ୍ଷୁର୍ଣ୍ଣ, ମହିଳା ଙ୍କ ଭରଣ ପୋଷଣ ଅଧିନିୟମ, ସହ କର୍ମ ସଂସ୍ଥା ରେ ମହିଳା ଙ୍କୁ ସୁରକ୍ଷା ଉପରେ ଅବଗତ କରାଯିବା ସହ ଆଇନ ର ଦିଗ,   ଦଣ୍ଡ ବିଧାନ,ଉପରେ ଅବଗତ କରାଗଲା. ଏଥି ସହିତ ମହିଳା ହିଂସା ରେ ପୀଡିତା ଙ୍କ ପାଇଁ ସରକାର ଙ୍କ ରହିଥିବା ବିଭିନ୍ନ ସୁରକ୍ଷା, ଆଇନ ସହାୟତା, ପରାମର୍ଶ ପ୍ରଦାନ, ଆଶ୍ରୟ ବ୍ୟବସ୍ତା, ମ୍ୟଲେରିଆ, ଟିବି ରୋଗ ର ପ୍ରତିରୋଧ ଉପରେ ତାଲିମ ପ୍ରଦାନ  କରାଯାଇଥିଲା.

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ସ୍ୱାସ୍ଥ୍ୟ