ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଲି ପାଟପୁର ଶାଖା ଅଧୀନରେ ଥିବା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଟି ଗୋବିନ୍ଦପୁର ସେବା ସମବାୟ ସମିତିରେ ସଭାପତି ନିର୍ବାଚନ ହୋଇପାରିନାହିଁ। ସୋମବାର ସମବାୟ ସମିତି ସଭାପତି ନିର୍ବାଚନ ପାଇଁ ସମ୍ପାଦକ ଶିବରାମ ମହାକୁଡ ଓ ନିର୍ବାଚନ ଅଧିକାରୀ କାଳୀ ଚରଣ ନାୟକ କାର୍ଯ୍ୟାଳୟରେ ଉପସ୍ଥିତ ଥିବାବେଳେ ନାମାଙ୍କନ ପତ୍ର ଦାଖଲର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନଥିଲା। ଫଳରେ ସଭାପତି ନିର୍ବାଚନ ବାତିଲ ହୋଇଥିବା ସହ ଏଥିନେଇ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ନାୟକ ପ୍ରକାଶ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଟି ଗୋବିନ୍ଦପୁର ସେବା ସମବାୟ ସମିତି ପରିଚାଳନା ସମବାୟ ବିଭାଗ ପକ୍ଷରୁ ସାର ବିହନ କୀଟନାଶକ କୃଷିରଣ ବୀମା ସହାୟତା ରଣଛାଡ ସମେତ କୌଣସି ବିଭାଗୀୟ ଯୋଜନା ର ସୁଫଳ ଏଠିକାର ଚାଷୀ ପାଉନଥିବା ସମ୍ପାଦକ କେବେ କାର୍ଯ୍ୟାଳୟ କିମ୍ୱା ଅଞ୍ଚଳ କୁ ଆସୁନଥିବା ଚଳିତ ସମବାୟ ନିର୍ବାଚନରେ ଚଞ୍ଚକତା କରିଥିବା। ବୋର୍ଡ଼ ନିର୍ଦ୍ଧେଶକ ନିର୍ବାଚନ ସମ୍ପର୍କରେ ଅଞ୍ଚଳ ଚାଷୀ ଓ ଲୋକପ୍ରତିନିଧିଙ୍କୁ ଅନ୍ଧାରରେ ରଖିଥିବା ୧୫ ବୋର୍ଡ ନିର୍ଦ୍ଦେଶକ ଙ୍କ ମଧ୍ୟରୁ ଚାଷୀ ତାଲିକା ନଜଣାଇ ୮ ଜଣକୁ ମନକୁ ମନ ବାଛିବା କୁ ନେଇ ଚାଷୀମାନେ ସମବାୟ ବିଭାଗ ଉପନିବନ୍ଧଂକ ସହକାରୀ ନିବନ୍ଧକ ଜିଲ୍ଲା ପ୍ରଶାସନ ରେ ଅଭିଯୋଗ କରିଥିଲେ। ସମ୍ପାଦକ ଙ୍କ ବ୍ୟାପକ ଅନିୟମିତତା ର ତୀବ୍ର ପ୍ରତିବାଦ କରିଥିଲେ। ତେବେ କିଛି ସୁଫଳ ନ ମିଳିବାରୁ ସମବାୟ ସମିତି ଅଫିସ୍ ରେ ତାଲା ପକାଇଥିଲେ। ଏଥି ପରେ ସମ୍ପାଦକ ଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ କିଛି ଚାଷୀଙ୍କ ନାମରେ ଥାନରେ ଏତଲା ପରେ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ ସହ ଶତାଧିକ ଚାଷୀ ଥାନାକୁ ଆସି ସମ୍ପାଦକଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ସହକାରୀ ନିବନ୍ଧକ ଆଞ୍ଚଳିକ ସମବାୟ ଅଧିକାରୀ ଥାନା ଅଧିକାରୀଙ୍କ ମିଳିତ ଆଲୋଚନା ଚାଷୀଙ୍କ ଅଭିଯୋଗ ପ୍ରତି ପଦକ୍ଷେପ ପ୍ରତିଶୃତି ପରେ ଲୋକେ ତାଲା ଖୋଲିଥିଲେ। ତେବେ ସୋମବାର ସଭାପତି ନିର୍ବାଚନ ତେବେ ସୋମବାର ସଭାପତି ନିର୍ବାଚନ ଥିଲାବେଳେ କୌଣସି ନାମାଙ୍କନ ପଡ଼ିନାହିଁ। ବେନିୟମ ଭାବେ ୮ ଜଣକୁ ସମ୍ପାଦକ ନିଜେ ଅଫିସ୍ ନ ଆସି ବାଛି ଥିବା ବୋର୍ଡ ଅସିଦ୍ଧ କରି ପୁନର୍ବାର ସମବାୟ ନିର୍ବାଚନ ଅଧିନିୟମ ଅନୁସାରେ ୧୫ ଜଣ ବୋର୍ଡ ସଭ୍ୟଙ୍କ ନିର୍ବାଚନ କରିବ ତାପରେ ସଭାପତି ନିର୍ବାଚନ କରିବାକୁ ଚାଷୀ ମାନେ ଦାବି କରିଛନ୍ତି। ବେନିୟମ କାର୍ଯ୍ୟ ବ୍ୟାପକ ଅନିୟମିତତା ରେ ଲିପ୍ତ ଥିବା ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ବଦଳି ପାଇଁ ଦାବୀ ହୋଇଛି ।

