ଆସିକା ବାସୀଙ୍କ ପାଇଁ କାଳ ପାଲଟିଛି ଟିପିସର ନାଳ : ଜାଣି ଅଜଣା ପ୍ରଶାସନ

ଆସିକା ବାସୀଙ୍କ ପାଇଁ କାଳ ପାଲଟିଛି ଟିପିସର ନାଳ : ଜାଣି ଅଜଣା ପ୍ରଶାସନ

0 0
Read Time:2 Minute, 56 Second

ବର୍ଷା ଦିନ ଆସିଗଲେ ଆସିକା ସହର ବାସୀଙ୍କ ମନରେ ଛନକା ପଶେ।ଏହି ସହରବାସୀ ପ୍ରାୟ ସାତରୁ ଉର୍ଦ୍ଧ ବନ୍ୟା ବିଭୀଷିକାକୁ ଅଙ୍ଗେ ଲିଭେଇ ଛନ୍ତି।ବନ୍ୟା ତାହା ପୁଣି କୁତ୍ରିମ ବନ୍ୟା ଦ୍ୱାରା ଧନ, ଜନ ସହ ଲୋକଙ୍କ  ପ୍ରଭୁତ କ୍ଷତି ହେଉଛି। ଯାହାକି ଅବର୍ଣ୍ଣନୀୟ ଅଟେ। ତଥାପି ବନ୍ୟା ଦାଉରୁ ସହରବାସୀଙ୍କ ପାଇଁ ଅଦ୍ୟାବଧି ସ୍ଥାୟୀ ପ୍ରତିକାର ହୋଇନି। ସ୍ଥାଣୁ ପାଲଟିଛି ପ୍ରଶାସନ।ପ୍ରକୃତ ରେ ଯଦି ସରକାର ଲୋକଙ୍କ ହିତ ଚିନ୍ତା କରୁଥାନ୍ତେ ତାହାହେଲେ ବନ୍ୟା ଦାଉରୁ ରକ୍ଷା ପାଇଁ ଏଠାରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୁଅନ୍ତା।ଗୋଟିଏ ପଟେ ବଡନଦୀ ଅନ୍ୟ ପଟେ ରୁଷିକୁଲ୍ୟା, ମଝିରେ ଅବସ୍ତିତ ଆସିକା ସହର। ସହରର ଉପର ମୁଣ୍ଡରେ ପ୍ରାୟ କୋଡିଏରୁ ଉର୍ଦ୍ଧ ଗ୍ରାମ ରହିଛି। ବର୍ଷା ଦିନ ହେଲେ ଏସବୁ ଅଂଚଳରୁ ବର୍ଷା ଜଳ ଆସିକାର ଟିପିସର ନାଳ ଦେଇ ଋଷିକୁଲ୍ୟା ମୁହାଁଣରେ ନିଷ୍କାସନ ହୋଇଥାଏ। କିନ୍ତୁ ଉକ୍ତ ଟିପିସର ନାଳର ପଙ୍କ ଓ ଆବର୍ଜନା ଭର୍ତ୍ତି ହେବା ସହ ଦଳ ଓ ଗଛଲତାରେ ଭର୍ତ୍ତି ହେବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନି। ନିଷ୍କାସନ ପଥ ଋଷିକୁଲ୍ୟା ମୁହାଣ ମଧ୍ୟ ସଂକୋଚିତ ହୋଇସାରିଛି।ଏଥିଯୋଗୁ ସହର ମଧ୍ୟରେ ବନ୍ୟା ଜଳର ସ୍ଥର ବୃଦ୍ଧି ହୋଇ କୃତ୍ରିମ ବନ୍ୟା ହେଉଛି।ତଦ୍ୱାର  ଚାଷ ଜମିରେ ପାଣି ମାଡିଯାଏ ଆଉ ବ୍ୟବସାୟ ପ୍ରତିଷ୍ଠାନ ସବୁ ବୁଡ଼ିଯାଏ। ଏହା ଆଜିକାର ସମସ୍ୟା ନୁହେଁ।ଗତ ୧୯୬୯ ସାଲରୁ ଏଠାରେ ମହାବାତ୍ୟା, ଫାଇଲିନ,ହୁଡୁହୁଡୁ,ଫନି ଓ ତିତିଲି ଭଳି ବିଭିନ୍ନ  ବାତ୍ୟାରେ କୁତ୍ରିମ ବନ୍ୟା କୁ ସମ୍ମୁଖିନ ହୋଇଛନ୍ତି ଆସିକାବାସୀ ।ହରାଇଛନ୍ତି ଅନେକ କିଛି।ଏକଥା ପ୍ରଶାସନ ଜାଣିଛି ,କିନ୍ତୁ କରିନି କିଛି। ହେକ୍ଟେର ହେକ୍ଟେର ଚାଷ ଜମି ବାଲିଚର ହେଲା।କୋଟି କୋଟି ଟଙ୍କାର ବ୍ୟବସାୟ ପ୍ରତିଷ୍ଠାନ ସବୁ  ବନ୍ୟପାଣି ରେ ଧୋଇ ନଷ୍ଟ ହୋଇଛି।ସରକାରୀ ସହାୟତା ଯାହା ମିଳିଛି ତାହା ସମୁଦ୍ର କୁ ଶଙ୍ଖେ।ଟିପିସର ନାଳ ଆସିକା ଏନ. ଏ. ସି  ମଧ୍ୟରେ ରହିଥିଲେ ମଧ୍ୟ ଏହା ଡ୍ରେନେଜ ବିଭାଗର ଅଧୀନରେ ରହିଛି। କଉଁସିଲ ବୈଠକରେ ଟିପିସର ନାଳକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ହେଉଥିବା ଦାବିକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅନେକ ବାର ଡ୍ରେନେଜ ବିଭାଗକୁ ଚିଠି କରିବା ସତ୍ବେ କାର୍ଯ୍ୟକାରୀ ହେଉନି। ତେଣୁ କୃତ୍ରିମ ବନ୍ୟା ଆଶଙ୍କା ନିଶ୍ଚିତ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍