ସାମୁହିକ ବ୍ରତ:ନଅ ହୋମ କୁଣ୍ଡ ,ଚାଳିଶି  ବ୍ରତ 

ସାମୁହିକ ବ୍ରତ:ନଅ ହୋମ କୁଣ୍ଡ ,ଚାଳିଶି ବ୍ରତ 

0 0
Read Time:2 Minute, 4 Second

ଆସିକା ଶୈବ ପାଞ୍ଚାଳ ବିଶ୍ଵ ବ୍ରାହ୍ମଣ ସମାଜ, ଖାଲସା ତାଲୁକା ପକ୍ଷରୁ ଆସିକା ତ୍ରିବିଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏଥିରେ ପ୍ରାୟ ୪୦ ଜଣଙ୍କୁ ବ୍ରତ କରାଯାଇଛି।ପ୍ରାତଃ କାଳରୁ ଯଜ୍ଞଶାଳା, ବସ୍ତୁପୂଜା ଓ ଯଜ୍ଞ ସମ୍ବଧୀୟ ପୂଜାପାଠ ସରିବା ପରେ ବ୍ରତୋପନୟନ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟର ୧୫ ଗୋଟି ତାଲୁକାର କୁଳର ମୁଖ୍ୟା ଓ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ।ଦୀର୍ଘ ୧ ମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସମାଜ ପକ୍ଷରୁ ସାମୁହିକ ବ୍ରତ ସହ ବିବାହ, ନାରୀ ସଂଶକ୍ତି କରଣ ଓ ବିଭିନ୍ନ ବର୍ଗର ଅଗ୍ରଣୀ ଯୁବକ ଯୁବତୀଙ୍କୁ ପ୍ରୋତ୍ସାହିତ କରାଯାଇଛି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦେଇଛନ୍ତି ଆୟୋଜକ ଆର. ଚିଦାନନ୍ଦ ଆଚାରୀ ।ଆର୍ଥିକ ଦୂରାବସ୍ଥା  ଅଥବା ଅସହାୟତା କାରଣରୁ ବ୍ରତ ହୋଇପାରୁନଥିବା ଯୁବକ ମାନେ ଏହି ଆୟୋଜନ ଦ୍ୱାରା ବ୍ରତ ହୋଇପାରିଥିବାରୁ ସଂଗଠନକୁ ପ୍ରଶଂସା କରି ବ୍ରତ ଧାରୀ ମାନେ ଖୁସି ଥିବା ଯାହିର କରିଛନ୍ତି।ଏହି ବ୍ରତୋପନୟନ କାର୍ଯ୍ୟକ୍ରମରେ କୂଳର ବରିଷ୍ଠ ନେତ୍ରୀ ତଥା ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ପ୍ରିୟଦର୍ଶିନୀ ଆଚାରୀ ( ବ୍ଲକ ଅଧ୍ୟକ୍ଷା ବୁଗୁଡ଼ା )   ଯୋଗଦେଇ ଜାତିର ମହିଳା ମାନଙ୍କୁ ଅଗ୍ରଣୀ କରିବା ଦିଗରେ ତାଙ୍କର ପ୍ରୟାସ ଜାରି ରହିବ. ସରକାରଙ୍କ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସାମିଲ ହେବାକୁ ଆହ୍ୱାନ କରିଥିଲେ. ସାମୁହିକ ବ୍ରତୋପନୟନରେ ତାଙ୍କୁ ନିମନ୍ତ୍ରଣ କରିଥିବାରୁ କର୍ମକର୍ତା ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ. 

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍