ଧରାକୋଟ ବ୍ଲକ ଅନ୍ତର୍ଗତ ବହାରପୂର୍ ପଞ୍ଚାୟତ ଅନ୍ତର୍ଗତ ଡାକବଜା ଗ୍ରାମର ତଳ ସାହି ରାସ୍ତା, ତିନି ଛକ ଠାରୁ ଗାଁ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା, ବଡ଼ ସାହି ବାରିତଳ ଖଳା ରାସ୍ତା, ତଳ ସାହି ବାରିପଟ ରାସ୍ତା ଅବସ୍ଥା ଖରାପ ହୋଇ ରହିଥିବାବେଳେ ତଳ ସାହି ରାସ୍ତା ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଏହି ରାସ୍ତା ଦେଇ ଜନବିଲି, ଘୋଦଦେଇ ମନ୍ଦିର ସହ ଲୋକେ ନିଜର ଚାଷ ଜମିକୁ ଯାଉଥିବାରୁ ଏହା ଏକ ବ୍ୟସ୍ତ ବହୁଳ ରାସ୍ତା ଅଟେ। କିନ୍ତୁ ରାସ୍ତାର ସ୍ଥିତାବସ୍ଥା ଯାହା ସେଥିରେ ଗାଡି ମଟର ତ ଦୂରର କଥା ଚାଲି ଚାଲି ଯିବାରେ ଅସୁବିଧା ସୃଷ୍ଟି ହେଉଛି । ଏପରି କି ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ସରକାର ଗ୍ରାମ୍ୟ ରାସ୍ତା, ସଂଯୋଗି କରଣ ରାସ୍ତା ନିର୍ମାଣ ଓ ଉନ୍ନତି କରଣ ପାଇଁ ଗୁରୁତ୍ବ ଦେଇ ଅନୁଦାନ ଦେଉଥିଲେ ମଧ୍ୟ ଡାକିବଜା ଗ୍ରାମ ପାଇଁ ଆନ୍ତରିକତା ଦେଖାଉ ନାହାନ୍ତି। ଏଣୁ ଗ୍ରାମ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏସଂପର୍କରେ ବ୍ଲକ ସହାୟକ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ବେଳେ ଡ଼ାକିବଯା ଗ୍ରାମର ତଳ ସାହି ରାସ୍ତା ସହ ଅନ୍ୟାନ୍ୟ ରାସ୍ତା ନିର୍ମାଣ ପାଇଁ ପ୍ରାଥମିକତା ଦିଆଯିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି।

