ପୂର୍ବତନ ବାଚସ୍ପତିଙ୍କ ଆରୋଗ୍ୟ କାମନା ନିମନ୍ତେ ଆଙ୍କୋରଡାରେ ସାମୂହିକ ଦୀପଦାନ ଅନୁଷ୍ଠିତ

ପୂର୍ବତନ ବାଚସ୍ପତିଙ୍କ ଆରୋଗ୍ୟ କାମନା ନିମନ୍ତେ ଆଙ୍କୋରଡାରେ ସାମୂହିକ ଦୀପଦାନ ଅନୁଷ୍ଠିତ

0 0
Read Time:1 Minute, 55 Second

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶୀଘ୍ର ଆରୋଗ୍ୟ କାମନା ନିମନ୍ତେ ସୋମବାର ଦିନ ଦିଗପହଣ୍ଡି ବ୍ଳକ ଆଙ୍କୋରଡା ସପ୍ନେଶ୍ବର ଶୈବପୀଠରେ ସାମୂହିକ ଦୀପଦାନ ସହ ପୂଜାକାର୍ଯ୍ଯ ଅନୁଷ୍ଠିତ ହୋଇଯାଇଛି । ଖବରନୁଯାୟୀ , ବିଧାୟକ ଶ୍ରୀ ପାତ୍ରଙ୍କ ଦୀର୍ଘ ଦିନ ଧରି ଦେହ ଅସୁସ୍ଥ ରହିଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଦିଗପହଣ୍ଡି ବ୍ଳକର ବିଭିନ୍ନ ପଞ୍ଚାୟତରେ ପୂଜାର୍ଚ୍ଚନା କରାଯାଉଥିବା ନଜର ଆସୁଛି । ଆଜି ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗ୍ରାମବାସଙ୍କ ସହଯୋଗ କ୍ରମେ ଶୈବପୀଠ ପରିସରରେ ଆୟୋଜିତ ପୂଜାର୍ଚ୍ଚନାରେ ସ୍ଥାନୀୟ ସରପଞ୍ଚ ରୀନା ପ୍ରଧାନ ଓ ପ୍ରତିନିଧି ଶିଶିର କୁମାର ପ୍ରଧାନ କର୍ତ୍ତା ଭାବେ ବସି ଦୀପଦାନ , ହୋମ ଏବଂ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ । ଏହି ସାମୂହିକ ଦୀପଦାନ ସମୟରେ ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ଯୁବ ବିଜେଡି ଜିଲ୍ଲା ଉପସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ମନ୍ଦିର ପରିଚାଳନା କମିଟି ସଭାପତି କେ . ତାରକେଶ୍ବର ଦୋରା , ରାମନାଥ ବିଷୋୟୀ , ରାମକୃଷ୍ଣ ପାଢ଼ୀ , ସମୀର ସ୍ବାଇଁ , ସମିତି ସଭ୍ଯ ପ୍ରତିନିଧି ଇନ୍ଦ୍ର ସେଠୀ ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରି ୧୦୮ ବେଲପତ୍ର ଓ ଦୀପଦାନ କରି ସୂର୍ଯ୍ୟ ପାତ୍ରଙ୍କ ଆରୋଗ୍ୟ କାମନା କରିଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍