ଶିଶୁ ଶ୍ରମ ମୁକ୍ତ ଗଞ୍ଜାମ ପାଇଁ ପ୍ରୟାଶ

ଶିଶୁ ଶ୍ରମ ମୁକ୍ତ ଗଞ୍ଜାମ ପାଇଁ ପ୍ରୟାଶ

0 0
Read Time:4 Minute, 24 Second

ଓଡିଶା ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ପ୍ରୟାସରେ ଆନ୍ତର୍ଜାତୀକ ଶିଶୁ ଶ୍ରମ ନିରୋଧି ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଆଇଏସଆରଡି- ଚାଇଲ୍ଡଲାଇନର ମିଳିତ ଉଦ୍ୟମରେ ପ୍ରତ୍ୟେକ ଶିଶୁ ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ଶିଶୁ ଶ୍ରମରୁ ମୁକ୍ତ ହୋଇ ଶୈଶବ ବୟସରେ ନିଜର ଅଧିକାରକୁ ସ୍ଥାବ୍ୟସ୍ତ କରିବା ଓ ଅଭିଭାବକମାନଙ୍କୁ ସଚେତନତା କରି “ଶିଶୁ ଶ୍ରମ ମୁକ୍ତ ଓଡିଶା” ଆଜିର କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଶିଶୁ ନିଜର ଶୈଶବକୁ କାହା ପାଖରେ ବନ୍ଧା ନ ପକାଇବା ଏବଂ ତାର ଶିକ୍ଷା, ସ୍ୱାସ୍ଥ୍ୟର ଅଧିକାର ସକାଶେ ରାଜ୍ୟ ସବୁ ପ୍ରକାର ବ୍ୟବସ୍ଥା କରିଅଛି କିନ୍ତୁ ତୃଣମୂଳ ସ୍ତରରୁ ହିଁ ସଚେତନତା ଶିଶୁ ଶ୍ରମ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପକାଇବ ବୋଲି ଆଜି ଅନ୍ତର୍ଜାତିକ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ମାରାଥନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗଦେଇ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳାଇ ଯୋଗଦେଇ ବ୍ରହ୍ମପୁରର ବସ୍ତି ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକଭାବେ ସଚେତନତା ସୃଷ୍ଟି କରିବା ସହ ପ୍ରତେକ ପରିବାରର ଆର୍ଥୀକ ପ୍ରତି ଗୁରୁତ୍ଵ ଦିଆଯିବ ଓ ତତ୍ ସଙ୍ଗେସଙ୍ଗେ ବ୍ରହ୍ମପୁର କୋର୍ପୋରେସନ ଅଞ୍ଚଳକୁ ଶିଶୁ ଶ୍ରମ ମୁକ୍ତ ଅଞ୍ଚଳ କରାଯିବ ବୋଲି ଦୃଢକ୍ତି କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ସଭା ଡ. ଦେବୀ ପ୍ରସାଦ ସାହୁଙ୍କ ଅଧକ୍ଷତା ଅନୁଷ୍ଠିତ ସଭାରେ ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ଆକାଶ ବିଶୋଈ, ବିଜୟ କୁମାର ମଲ୍ଲିକ, ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷର ପୂର୍ବତନ ଅଧକ୍ଷ ଶ୍ରୀ ସୁବାଶ ମହାରଣା, ଉପନିର୍ଦ୍ଦେଶକ ସୃଶ୍ରୀ ପ୍ରଣିତା ପାତ୍ର, ଉପ ମେୟର ଶ୍ରୀ ଇ. ବିବେକ ରେଡ୍ଡୀ, ଚାଇଲ୍ଡଲାଇନ ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ, ସୁକାନ୍ତ ତ୍ରିପାଠୀ, ଶ୍ରୀନିବାଶ ପାଣିଗ୍ରାହୀ, ହେମନ୍ତ ସାବତ ଯୋଗଦେଇ ୧୪ ବର୍ଷର ସମସ୍ତ ଶିଶୁଙ୍କ ନିଜର ଅଧିକାର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାମାନ ପ୍ରଣିପାତ ହୋଇଥିଲେ ମଧ୍ୟ ସଫଳ ରୂପାୟନ ଶୀର୍ଷ ସ୍ତରରେ ପହଁଛିବା ପାଇଁ ଆମେ ସମସ୍ତେ ଦାୟିତ୍ଵ ନେଇ କାର୍ଯ୍ୟକାରି କରିବାପାଇଁ ସପଥ ନେଇଥିଲେ । ଧାରା ୭୩ ଅନୁଯାୟୀ ପଞ୍ଚାୟତ ସରପଞ୍ଚକୁ ପ୍ରମୁଖ ଭୂମିକା ସହ ଦାୟିତ୍ଵବାନ ହେବାପାଇଁ ଅନୁରୋଧ କରିଥିଲେ । ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ ବିଲୋପ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଉପସ୍ଥିତ ଛାତ୍ର, ବସ୍ତି ଶିଶୁ, ବୁଦ୍ଧିଜୀବ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ସହ ଆୟୋଜିତ କଳା ପ୍ରଦର୍ଶନୀ ଏବଂ ଭାଷଣ ପ୍ରତିଯୋଗୀତାରେ ୧୦୦ରୁ ଉର୍ଦ୍ଧ୍ଵ ଛାତ୍ର ଓ ବସ୍ତି ଶିଶୁମାନେ ଭାଗ ନେଇଥିଲେ । ଭାଷଣ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବିଭୁତି ଭୂଷଣ ପଣ୍ଡା, ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଶୁଭଶ୍ରୀ ମହାପାତ୍ର, ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ କୁକୁନ ଶତପଥୀ ଏବଂ ସୁବ୍ରତ କୁମାର ହୋତା । କଳା ପ୍ରଦର୍ଶନୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଶ୍ରୀୟା ସ୍ନେହାଞ୍ଜଳି ମହାରଣା, ହେମନ୍ତ ତ୍ରିପାଠୀ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ବିନୀତା ପାତ୍ର, ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ ପ୍ରୀତିଶ କୁମାର ଷଡଙ୍ଗୀ ଏବଂ ଦିବ୍ୟାଙ୍କ ଶୁଭଦର୍ଶିନୀ । ଭୈରବୀ ନଗରର ଶିଶୁ କ୍ଲବ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ସ୍ପେଶାଲ୍ ରିପୋର୍ଟ