ଅମୂଲ୍ୟ ଆମ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆସିକା ବସଷ୍ଟାଣ୍ଡ ନିକଟସ୍ଥ ଠାକୁରାଣୀ ମନ୍ଦିର ପରିସରରେ ଓଡ଼ିଆ ସଂସ୍କୃତିର ପାରମ୍ପରିକ ଶୈଳୀରେ ରଜ ପର୍ବ ପାଳିତ ହୋଇସାରିଛି । ଇତ୍ୟାବସରରେ ମାଆ ଠାକୁରାଣୀଙ୍କ ପାଖରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ରଜ ପାନ ଖାଇବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବହୁ ମାନ୍ୟଗଣ୍ୟ ବିଶିଷ୍ଟ ସାହିତ୍ୟିକ ମାନଙ୍କ ଗହଣରେ କବିତା ଆସର ସାଙ୍ଗକୁ “କବୟିତ୍ରୀ ତପସ୍ୱିନୀ ମିଶ୍ର” ଙ୍କ କବିତା ସଂକଳନ “ଭାବ ବିଭବ” ର ସମୀକ୍ଷା ହୋଇଥିଲା । ଉକ୍ତ ଆସର ରେ ସୁସାହିତ୍ୟ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ କୁମାର ଦାଶ ସଭାପତିତ୍ୱ କରିଥିଲେ ।ଅନୁଷ୍ଠାନର ଉପସଭାପତି ବୁଲୁ ବେହେରା ଯୁବକବି ଚିନ୍ମୟ ରଞ୍ଜନ ମିଶ୍ର , ଉପସ୍ଥାପକ ତଥା କବି ଶ୍ରୀମାନ ରାଇରଞ୍ଜନ ନନ୍ଦ ଏବଂ ସୁପ୍ରଜିତ ସାହୁ କବିତାର ସମୀକ୍ଷା ପର୍ବକୁ ଅତି ସୁଚାରୁ ରୂପେ ସମ୍ପାଦନା କରିଥିଲେ । ଗଙ୍ଗୋତ୍ରି ସ୍ବାଇଁ, ନିରାକାର ବିଷୋୟୀ, ପ୍ରିୟମ୍ବଦ ପଟ୍ଟନାୟକ , ସନ୍ତୋଷ ବିଶ୍ଵାଳ, ଭାସ୍କର ରାଉତ, ଅଜିତ ତ୍ରିପାଠୀ, ଭଜରାମ ସେଠି, ଚିନ୍ମୟ ପୋଲାଇ , ସମାଜସେବୀ ବ୍ରହ୍ମାନନ୍ଦ ଆଚାରି ଙ୍କ ସହ ଅନେକ ଆଗଧାଡିର ସାହିତ୍ୟିକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ରଜ ସମ୍ପର୍କିତ କବିତା ଏବଂ ଭାବ ବିଭବ ପୁସ୍ତକ ଅନ୍ତର୍ଗତ କବିତା ପାଠ କରି ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲେ । ଅନୁଷ୍ଠାନର ସହ ସମ୍ପାଦକ ତଥା ଦୂରଦର୍ଶନ ଉପସ୍ଥାପକ ଶିବାନନ୍ଦ ବାରିକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମ୍ପାଦକ ରତ୍ନାକର ଶୀୟ,
ବିଷୋୟୀ,ସନାତନ ଲେଙ୍କା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ତାର ସଫଳ ରୂପ ନେଇଥିବା ବେଳେ ପରିଶେଷରେ କବୟିତ୍ରୀ ତପସ୍ୱିନୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।
ଓଡ଼ିଆ ସଂସ୍କୃତିରେ ରଜକୁ ନେଇ ସାହିତ୍ୟ ଆସର ଓ ପୁସ୍ତକ ସମୀକ୍ଷା
Read Time:2 Minute, 25 Second

