ତିନି କୋଟି ବ୍ୟୟ ଅଟକଳରେ ସାନ୍ତରାପୁର-ଧନିଜା ନଇବର ନାଳ ଉପରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ସଡକ ଯୋଜନା ଆନୁକୂଲ୍ୟରେ ହେବାକୁ ଥିବା ସେତୁ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ ,ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ଵାଇଁ,ବିଜୁ ଯୁବ ଜନତା ଦଳର ବ୍ଳକ ସଭାପତି ଶିବ ନାହାକ ,ବ୍ଲକ ବିଜେଡି ସଭାପତି ରାଜେଶ ପଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମନୋଜ କୁମାର ଦୋରା,ଜିଲ୍ଲା ପରିଷଦ ସଭ୍ୟା ତନ୍ମୟୀ ନାହକ, ଜିଲ୍ଲାପରିଷଦ ସଭ୍ୟା ଅନିମା ପରିଡା,ଦିଲ୍ଲୀପ ପ୍ରାଣିଗ୍ରାହୀ, ସରପଞ୍ଚ ଦୁର୍ଗାପ୍ରସାଦ ବେହେରା, ସମିତିସଭ୍ୟ ଭରତ ନାହାକ, ପ୍ରତାପ ପ୍ରଧାନ , ଅଭିମନ୍ୟୁ ନାହାକ, ଭଗବାନ ପ୍ରଧାବନ, ଶିବ ଶଙ୍କର ମହାନ୍ତି, ବି. ମୋହନ ରାଓ, ଅମୁଲ୍ୟ ବିଶ୍ୱାଳ, ବିଜୟ ନାହାକ ସମେତ ବଡଖୋଲି, ଧନିଜା ଅଞ୍ଚଳ ବାସୀ ପ୍ରମୁଖ ଉପସ୍ଥିତ ଥିଲେ।

