Read Time:1 Minute, 6 Second
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅଧୀନ ବୁରୁପଡ଼ା ବେଲ ପୋଖରୀରେ ଏକ ବୃଦ୍ଧ ଭାସମାନ ଅବସ୍ଥାରେ ଉଦ୍ଧାର। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ବୃଦ୍ଧ ଜଣଙ୍କ ଦିନ ଏକ ଘଣ୍ଟା ସମୟରେ ଗାଧୋଇବାକୁ ଯାଇଥିଲେ ପରେ ସନ୍ଧ୍ୟା 3ଘଣ୍ଟା ସମୟରେ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଗୋଧୋଇବାକୁ ପୋଖରୀକୁ ଯାଇଥିଲେ ସେଠାରେ ତାଙ୍କ ଗୋଡ଼ଟି ବୃଦ୍ଧ ଜଣଙ୍କୁ ବାଜିଥିଲା। ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଜଣାଇଥିଲେ । ଅଗ୍ନିସମ ବିଭାଗ ର ଅଧିକାରୀ ମାନେ ଆସି ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ ଓ ହିଞ୍ଜିଳି ପୋଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଜଣଙ୍କ ହେଉଛନ୍ତି ବୁରୁପଡ଼ା ଗ୍ରାମର ପାହନ ସାହିର କାମ୍ପ ପାହନ, ବୟସ 60ବୋଲି ଜଣା ପଡିଛି।

