Read Time:59 Second
ନୂଆଦିଲ୍ଲୀ: ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ’ ଇତିହାସ ରଚିଛି। ‘ତାନାଜି’କୁ ତାଙ୍କ ସହ ତିନି ସେନାମୁଖ୍ୟ ଏକାଠି ହୋଇ ଦେଖିଛନ୍ତି। ଦିଲ୍ଲୀରେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରଓ୍ୱାଣେ, ନୌସେନା ମୁଖ୍ୟ ଆଡ୍ମିରାଲ୍ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ୍ ରାକେଶ କୁମାର ସିଂ ଭଦୌରିଆ ଅଜୟଙ୍କ ସହ ତାଙ୍କ ଫିଲ୍ମ ’ତାନାଜୀ’ ଦେଖିଛନ୍ତି। ତେବେ ଏହି ସମୟର ଫଟୋକୁ ଅବସରପ୍ରାପ୍ତ ନେଭି ଅଫିସର୍ ହରିନ୍ଦର ସିକ୍କା ପ୍ରଥମେ ଟ୍ୱିଟ୍ କରିଥିଲେ।ଏହାପରେ ନିଜେ ଅଜୟ ଦେବଗନ ତାଙ୍କ ସୋଶାଲ୍ ମିଡିଆରେ ଏହାକୁ ରି ଟ୍ୱିଟ୍ କରିବା ସହ ତିନି ସେନା ମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

