ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସ୍ତମ୍ଭ କୁ ଧରାକୋଟ ବ୍ଲକ ପ୍ରଶାସନ ର ଅଣଦେଖା କାହିଁକି ?

ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସ୍ତମ୍ଭ କୁ ଧରାକୋଟ ବ୍ଲକ ପ୍ରଶାସନ ର ଅଣଦେଖା କାହିଁକି ?

0 0
Read Time:3 Minute, 43 Second


…………………………
ଧରାକୋଟ,14/8/26
ଭାରତ ମାତା ସ୍ୱାଧୀନ ହେବାର ଅଶି ବର୍ଷ ପୂରିଲା । ଦେଶ ମାତୃକାର ସ୍ୱାଧୀନତା ପାଇଁ ଇଂରାଜୀ ମାନଙ୍କ ସହ ଲଢ଼ି କେତେ ମହାନ ସଂଗ୍ରାମୀ ନିଜ ଜୀବନକୁ ବଳିଦାନ ଦେଇଥିଲେ ତାହାର ସଠିକ ତଥ୍ୟ ଆମ ପାଖରେ ନାହିଁ। ତଥାପି ଦେଶର କୋଣ ଅନୁକୋଣରେ ସ୍ୱାଧୀନତାରେ ସାମିଲ ହୋଇଥିବା ବୀର ସଂଗ୍ରାମୀ ମାନଙ୍କ ତ୍ୟାଗପୂତ ଜୀବନୀ ଓ ଆଦର୍ଶକୁ ମନେରଖିବା ସହ ଆମେ ସେମାନଙ୍କ ସ୍ମୃତି ଚାରଣ କରିବା ପାଇଁ ସ୍ୱାଧୀନତା ଦିବସ କୁ ମହା ସମାରୋହରେ ପାଳନ କରୁଛେ । ଏଥିପାଇଁ ସମସ୍ତ ସରକାରୀ ,ବେସରକାରୀକାର୍ଯ୍ୟାଳୟ ଓ ବିଦ୍ୟାଳୟ ସମୂହରେ ସ୍ୱାଧୀନତା ଦିବସ କୁ ସ୍ୱତନ୍ତ୍ର ଭାବରେ ପାଳନ କରିବା ସହ ସେହି ମହାନ ସଂଗ୍ରାମୀ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଆସୁଛେ । ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ପରିସର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଏକ ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତିସ୍ତମ୍ଭ ଯୋଉଭଳି ଅବସ୍ଥାରେ ରହିଛି ତାହା ସ୍ପଷ୍ଟ ସୂଚାଇ ଦେଉଛି ଯେ ଆମେ ଓ ଆମ କରିତକର୍ମା ବ୍ଲକ ପ୍ରଶାସନ ଆମ ପୂର୍ବ ସଂଗ୍ରାମୀ ମାନଙ୍କ ନିକଟରେ କେତେ କୃତଜ୍ଞ। 1964 ମସିହାରେ ପ୍ରତିଷ୍ଠା ହୋଇଥିଲା ଧରାକୋଟ ବ୍ଲକ । ବ୍ଲକର ମୁଖ୍ୟ ଫାଟକ ଓ ବି ଡି ଓ ଙ୍କ ପ୍ରକୋଷ୍ଠ ନିକଟରେ ସ୍ୱାଧୀନତା ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିବା ଧରାକୋଟ ବ୍ଲକର ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ପାଇଁ ସେମାନଙ୍କ ନାମ ଉଲ୍ଲେଖ ରହି ଏକ ସ୍ମୃତି ସ୍ତମ୍ଭ ସ୍ଥାପନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ସ୍ୱାଧୀନତା ଦିବସରେ ଏହି ସ୍ତମ୍ଭକୁ ସଫା କରିବା ସହ ଜୀବିତ ରହିଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନିତ କରାଯାଉଥିଲା। ସଂପ୍ରତି ଆଧୁନିକତାର ସ୍ପର୍ଶରେ ଆସି ବ୍ଲକ ପ୍ରଶାସନ ଏହି ସ୍ତମ୍ଭ କୁ ସମ୍ପୂର୍ଣ୍ଣ ଅଣଦେଖା କରିବା ଘଟଣା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଦିନକୁ ଦିନ ବ୍ଲକ କାର୍ଯ୍ୟଳୟ ପରିସର ଚକଚକ କରି ନୂତନ ନିର୍ମାଣ ସହ ରଙ୍ଗ ମରାଯାଇଥିବା ବେଳେ ପୂର୍ବଜ ସଂଗ୍ରାମୀଙ୍କ ବଳିଦାନ ର ସ୍ମାରକୀକୁ ଅଣଦେଖା କରି ରସାତଳଗାମୀ କରିବା ପଛରେ ବ୍ଲକ ପ୍ରଶାସନ ର କି ମନ୍ଦ ଉଦ୍ଦେଶ୍ୟ ରହିଛି ତାହା ବୁଝିହେଉନାହିଁ। ଏହି ସ୍ତମ୍ଭ ରେ ଅଶୋକ ଚକ୍ର,ଦେଶର ଜାତୀୟ ପଶୁ ଓ ପକ୍ଷୀ ସହ ସ୍ୱାଧୀନତା ଆନ୍ଦୋଳନର ଗାଥା ରହିଥିବା ଏକ ଲୋଗୋ ରହିଛି । ଏଭଳି ଏକ ଅମୂଲ୍ୟ କୀର୍ତ୍ତିରାଜିକୁ ଆଜି ବରଗଛ ଚେର ଆବରଣ କରି ନିଶ୍ଚିହ୍ନ କରିବାକୁ ବସିଲାଣି ଅଥଚ ବ୍ଲକ ପ୍ରଶାସନ ଏହାର ରକ୍ଷଣା ବେକ୍ଷଣ କରିବା ବଦଳରେ ନିଘୋଡ ନିଦ୍ରାରେ ଶୋଇପଡ଼ିଛି । ଅଞ୍ଚଳର ସଂଗ୍ରାମୀ ବରପୁତ୍ର ମାନଙ୍କ ପ୍ରତି ଏହା ପ୍ରଶାସନର ଉତ୍ତରଦାୟିତ୍ୱ କି ? ଏଭଳି ଏକ ଆମରଗାଥା ବାଖଣୁଥିବା କୀର୍ତ୍ତି ସ୍ତମ୍ଭ କୁ ପରିତ୍ୟକ୍ତ ଅବସ୍ଥାରେ ଠେଲିଦେଇ ଧରାକୋଟ ବ୍ଲକର ପ୍ରଶାସନିକ ଅଧିକାରୀ ମାନେ ସମାଜକୁ କି ବାର୍ତ୍ତା ଦେବାପାଇଁ ଚାହୁଁଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ