Read Time:1 Minute, 4 Second
ଧରାକୋଟ,26/5/26
ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ରାଜସ୍ୱ,ଯୋଗାଣ,ସ୍ଵାସ୍ଥ୍ୟ ଓ ପୋଲିସ ବିଭାଗ ପକ୍ଷରୁ ଆଜି ମିଳିତ ଭାବରେ ଧରାକୋଟ, ମୁଣ୍ଡମରାଇ, ତାଳପାଟଣା ଓ ଜାନବିଲି ର ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇ ବିଭିନ୍ନ ଗୁଟଖା ଓ ପୁଡିଆ ଜବତ କରାଯାଇଛି । ଏହି ଚଢାଉରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ,ଡାକ୍ତର ଶଙ୍କର ନାରାୟଣ ବେହେରା,ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ, ଏ ଏସ ଆଇ ରାଜେନ୍ଦ୍ର ରାଉତ, ସୁପର ଭାଇଯର ସୁଜ୍ଞାନୀ ବେହେରା,ରାଜସ୍ୱ ନିରୀକ୍ଷକ ମନୋଜ ମାଝି ପ୍ରମୁଖ ସାମିଲ ହୋଇଥିଲେ। ତମାଖୁ ମୁକ୍ତ ସମାଜ ଗଠନ ପାଇଁ ଆଗକୁ ଏପରି ଚଢ଼ାଉ କାର୍ଯ୍ୟକ୍ରମ ଜାରି ରହିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।


