ଆସିକା (୧୪.୪.୨୬)ଆସିକା ବାଣିବିହାରସ୍ଥିତ
ଗୁରୁକୃପା ଆଶ୍ରମରେ ନିଆରା ଢଙ୍ଗରେବ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକକୋଟି ରୁଦ୍ରାକ୍ଷରେ ହନୁମାନ ବିଗ୍ରହର ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏତଦ୍ବ୍ୟତୀତ ୯୮୦ କୋଟିର ରାମନାମକୁ ଇନ୍ମୋଚନ କରିଥିଲେ ସଦଗୁରୁ ଶ୍ରୀଶ୍ରୀ ଆତ୍ମାରାଜ ମହାରାଜ
। ହଜାର ହଜାର ଭକ୍ତଙ୍କ ଦ୍ଵାରା ତୁଳସୀ କାଠିରେ ହନୁମାନ ସିନ୍ଦୁର ଦ୍ଵାରା ଏକ ଲକ୍ଷ ବେଲପତ୍ର ଉପରେ ଲେଖାଯାଇ ସେହି ରାମନାମ ବିଲ୍ଵ ପତ୍ରକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରାଯାଇଥିଲା |ଏହି ଅବସରରେ ୧୦୮ଥର ହନୁମାନ ଚାଳିଶା ଭକ୍ତମାନେ ପଠନ କରିଥିଲେ ।ହନୁମାନଙ୍କ ପୂଜାର୍ଚ୍ଚନା, ବନ୍ଦନା,ଜଣାଣ,ସ୍ତୁତି
କରାଯାଇ ବେଦପାଠ ହୋଇଥିଲା| ପ୍ରାତଃ କାଳରୁ ଭଜନ, କୀର୍ତ୍ତନ, ଘଣ୍ଟ ଘଣ୍ଟା,ତାଳ,ମୁହୂରୀ ମାଧ୍ୟମରେ ଭକ୍ତମାନେ ସଂକୀର୍ତ୍ତନ କରି ନାମ ଗାଇ ବିଭୋର ହୋଇଯାଇଥିଲେ । ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାର ସାଧକ ମାନଙ୍କ ଦ୍ୱାରା ବିଭିନ୍ନ ଭାଷାରେ ଲେଖାଯାଇଥିବା ରାମନାମ ଲେଖା ଗୁରୁକୃପା ଆଶ୍ରମରେ ପହଁଚିବା ପରେ ଏହାକୁ ଏକତ୍ରିତ କରାଯାଇ ପୂଜା
କରାଯାଇଥିଲା । ଏହିସବୁ ନାମ ପତ୍ରିକାକୁ ଇଟା ସଦୃଶ କରି ବନ୍ଧା ଯାଇ ତାହାକୁ ନାମ ମନ୍ଦିର ଉଦ୍ଦେଶ୍ୟରେ ରଖିଛନ୍ତି ଭକ୍ତ ।ଉଦ୍ଦେଶ୍ୟ ହେଉଛି ମର୍ଯ୍ୟଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଭାବଧାରାର ପ୍ରଚାର ପ୍ରସାର । ଆଉ ଭକ୍ତ ହନୁମାନଙ୍କ ପ୍ରତି ଆଗାଧ ଭଲ ପାଇବାର ନିଦର୍ଶନ।
ଭଗବାନଙ୍କ ସାନିଧ୍ଯ ନିମନ୍ତେ ଜପ,ତପ, ଓ ଧ୍ୟାନର ପନ୍ଥା ସାଧୁମାନେ ଆରମ୍ଭ କରିଥିଲେ | ମନୁଷ୍ୟର ମନ
ଏଥୁରୁ ବିଚ୍ୟୁତ ହେବାରୁ ରାମନାମକୁ ଲେଖା ମାଧ୍ୟମରେ ଭକ୍ତଙ୍କ ମନରେ ଏକାଗ୍ରତା ଏବଂ ସଂଯମତର ପନ୍ଥାକୁ
ସଦ୍ଗୁରୁମାନେ କେଉଁ ଆବାହନ କାଳରୁ ଶିକ୍ଷା ଦେଇ ଆସୁଛନ୍ତି । ଆସିକା ଗୁରୁକୃପା ଆଶ୍ରମରେ ପୃଥିବୀ ସର୍ବାଧିକ ନାମ ଗଚ୍ଛିତ କରି ରେକର୍ଡ କରିବା ଉଦ୍ଧେଶ୍ୟ ନୁହେଁ।ତଥାପି ଯଦି ଇତିହାସ ଦେଖିବା ତେବେ ଜଣାଯାଇଛି ଯେ ମଧ୍ୟପ୍ରଦେଶ ସତାନା ର ମାନସଙ୍ଘର ରାମବନରେ ୧୫୦ କୋଟି ନାମ ରଖାହୋଇ ସ୍ଥାପନ ହୋଇଛି ନାମ ମନ୍ଦିର।ସେହିଭଳି କଲିକତାର ହରିନାମ ସଂକୀର୍ତ୍ତନ ଭବନରେ ମଧ୍ୟ ରାମପତ୍ରିକା ପୂଜା ପାଉଛି । ନେପାଳ ପଶୁପତି ନିକଟରେ ଅଛି ନାମ ପତ୍ରିକା ସ୍ତୂପ । ଦକ୍ଷିଣ ଆଫ୍ରିକା ଓ ନାଇରୋବିର କେତେକ ସ୍ଥାନରେ ୧୨୫ କୋଟି ନାମପତ୍ର ସଂଗୃହିତ ହୋଇ ମନ୍ଦିର ପ୍ରତିଷ୍ଠା କରାଯାଇଛି। ହେବେ ଆସିକା ଗୁରୁକୃପା ଆଶ୍ରମରେ ପୃଥିବୀର ସର୍ବାଧିକ ନାମ ସଂଗୃହିତ ହୋଇଛି । ପବିତ୍ର ହନୁମାନ ଜୟନ୍ତୀ ପାଳନ
ଅବସରରେ ଏକକୋଟି ମୁଦ୍ରାକ୍ଷରେ ବିଗ୍ରହ ସ୍ଥାପନ ଓ ୯୮୦ କୋଟି ନାମ ଉନ୍ମୋଚନ ସମସ୍ତ ଭକ୍ତବୃନ୍ଦକୁ ଭାବବିହ୍ଵଳିତ କରି ଦେଇଥିଲା।କୁହାଯାଏ କଳିଯୁଗରେ ନାମ ହିଁ ଶ୍ରେଷ୍ଠ । ନାମ ହେଉଛି । ସ୍ୱୟଂ ହନୁମାନଙ୍କ ସ୍ଵରୂପ ସେହି ହନୁମାନ ଓ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ଆରଧନା କରିବା ପାଇଁ ନାମ ମନ୍ଦିର ପ୍ରତିଷ୍ଠା ପାଇଁ ଗୁରୁକୃପା ଆଶ୍ରମ ପ୍ରତିଷ୍ଠାତା ସଦ୍ଗୁରୁ ଶ୍ରୀଶ୍ରୀ ଆତ୍ମାରାମ ମହାରାଜଙ୍କ ସଦ୍ଇଚ୍ଛା କ୍ରମେ ଏବଂ ନିର୍ଦ୍ଦେଶ ପ୍ରକାରେ ସାଧକମାନଙ୍କ ଏ ପ୍ରୟାସ ଓ ମହତ ପଦକ୍ଷେପ ବୋଲି ଜଣାପଡିଛି।






