ଆସିକାସ୍ଥିତ ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ଆସିକା ସମବାୟ କେନ୍ଦ୍ର ବ୍ଯାଙ୍କର ୯୯ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ବୈଠକ ରେ ବ୍ୟାଙ୍କ ର ସଭାପତି ମଙ୍ଗୁଳୁଧର ସାହୁ ଙ୍କ ଅଧକ୍ଷତା ରେ ଉପସଭାପତି ଜ୍ୟୋତ୍ରୀ ପ୍ରଭା ବାରିକ, ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁ, ତନୁଲତା ବିଷୋୟୀ, ନାରସୁ ପ୍ରଧାନ, ଗଙ୍ଗାଧର ପ୍ରଧାନ, ବିପିନ ବିହାରୀ ସ୍ୱାଇଁ, ବସନ୍ତ ସ୍ୱାଇଁ, ସୁମନ୍ତ କୁମାର ବିଷୋୟୀ, କେଳା ନାୟକ, ନନ୍ଦିନୀ ଭୂୟାଁ, ରଞ୍ଜନ କୁମାର ସାହୁ, ହୃଷିକେଶ ମେହେଣା, ଜୋଛନ୍ନା ଗୌଡ଼, ସମେତ ବହୁ ମୁଖି ସମବାୟ ସେବା ସମିତି ର ସଭାପତି କାର୍ତ୍ତିକେଶ୍ୱର ପରିଡା,ପ୍ରମୁଖ ମଞ୍ଚାସିନ ରହିଥିଲେ l ବ୍ୟାଙ୍କ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସମ୍ପାଦକ ନାରାୟଣ ମଢେଇ ବିବରଣୀ ପଠନ କରିଥିଲେ l ଆଜିର ବୈଠକ ରେ ଆସିକା ସମବାୟ କେନ୍ଦ୍ର ବ୍ଯାଙ୍କର ୯୮ ତମ ବାର୍ଷିକ ସାଧାରଣ ସଭାର ବିବରଣୀ ପଠନ ଓ ଅନୁମୋଦନ, ସମବାୟ କେନ୍ଦ୍ର ବ୍ଯାଙ୍କର ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ ପଠନ ଓ ଅନୁମୋଦନ,ବ୍ଯାଙ୍କର ୨୦୨୩-୨୪ ଆର୍ଥିକ ବର୍ଷର ସମୀକ୍ଷାଫର୍ଦ୍ଧ ଓ ତତସଂଲଗ୍ନ ଆୟବ୍ୟୟ,ପ୍ରାପ୍ୟ ଓ ଦେୟ ହିସାବ ପଠନ ଓ ଅନୁମୋଦନ, ଏଥି ସହିତ ବ୍ଯାଙ୍କର ୨୦୨୪-୨୫ ବର୍ଷର ବଜେଟ ଓ କାର୍ଯ୍ୟକାରୀ ଉନ୍ନୟନ ଯୋଜନାକୁ ଅନୁମୋଦନ କରଣ,ଚଳିତ ବର୍ଷ ସମବାୟ କେନ୍ଦ୍ର ବ୍ଯାଙ୍କର ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ୦୩ କୋଟି ୮୭ ଲକ୍ଷ ଟଙ୍କା ଲାଭାଂଶ ବଣ୍ଟନ ନିମନ୍ତେ ଅନୁମୋଦନ,ଆସିକା ସମବାୟ କେନ୍ଦ୍ର ବ୍ଯାଙ୍କର ଅଧିକୃତ ପୁଞ୍ଜିର ସଂଶୋଧନ ନିମନ୍ତେ ଅନୁମୋଦନ,ଚଳିତ ୩୧.୦୮.୨୦୨୪ ସୁଦ୍ଧା ଆୟ ଓ ବ୍ୟୟର ଅନୁମୋଦନ,ଆସିକା ସମବାୟ କେନ୍ଦ୍ର ବ୍ଯାଙ୍କର ଆର୍ଥିକ ବର୍ଷ ୨୦୨୪-୨୫ ର ମାସିକ ସମୀକ୍ଷା ପାଇଁ ନିଯୋଜିତ ହୋଇଥିବା ଚାର୍ଟାର୍ଡ ଫାର୍ମ ର ଅନୁମୋଦନ,ସମବାୟ କେନ୍ଦ୍ର ବ୍ଯାଙ୍କର ସରକାରୀ ନିବେଶର ଅନୁମୋଦନ ହୋଇଥିଲା l ବ୍ୟାଙ୍କର ଭିତ୍ତି ଭୂମି ସୁଦୃଢ କରିବାକୁ ଆସିକା ଚିନିଶିଳ୍ପ ର ନିର୍ଦ୍ଦେଶକ ପୂର୍ଣ୍ଣ ବରାଡ଼ ମତ ରଖିଥିଲା ବେଳେ ସଠିକ ଲୋକ ମାନଙ୍କୁ ଋଣ ପ୍ରଦାନ କରିବା, ୦୩ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ରେ ଏକ ସୁନ୍ଦର କାର୍ଯ୍ୟାଳୟ ତିଆରି କରାଯିବା ସହ ଆଗାମୀ ବର୍ଷ କିଭଳି ବ୍ୟାଙ୍କ ଅଧିକ ଲାଭବାନ ହେବ ସେଥି ପ୍ରତି ଅନେଜ ସଦସ୍ୟ ମତ ରଖିଥିଲେ l ଏହି ବ୍ୟାଙ୍କ ଅଧୀନରେ ଥିବା ୧୯୧ ସେବା ସମିତି ର ସଭାପତି, ନିର୍ଦ୍ଦେଶକ, ସଦସ୍ୟ ଯୋଗ ଦେଇଥିଲେ l ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ର ମମତା ପରିଡା, ଗୀତାଞ୍ଜଳି ବେହେରା, ସବ୍ୟସାଚି ମଲ୍ଲ, ଶ୍ରୀକାନ୍ତ ଚରଣ ସ୍ୱାଇଁ, ଚାନ୍ଦିନୀ ସ୍ୱାଇଁ, ରଶ୍ମିତା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l
ଆସିକା ସମବାୟ କେନ୍ଦ୍ର ବ୍ଯାଙ୍କର ୯୯ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ
Read Time:3 Minute, 34 Second

