ସ୍ଵାସ୍ଥ୍ୟ ମନ୍ତ୍ରୀ ମନ୍ତ୍ରୀ ଡ଼ା. ମୁକେଶ ମହାଲିଙ୍ଗ ସୋରଡ଼ା ମା କନ୍ଧୁଣି ଦେବୀ କଣ୍ଟାପିଢ଼ା ଯାତ୍ରା କୁ ଯାଇ ଫେରିବା ସମୟରେ ଆସିକା ବିଧାୟକ ସରୋଜ ପାଢ଼ୀ ଙ୍କ ବାସଭବନରେ କିଛି ସମୟ ଅଟକିଥିଲେ। ସେଠାରେ ମନ୍ତ୍ରୀ ମହାଲିଙ୍ଗଙ୍କ ସହ ଆମ୍ଭ ପ୍ରତିନିଧି ଏକ ସୌଜନ ମୂଳକ ସାକ୍ଷାତକାରରେ ଉତ୍ତର ରଖିଥିଲେ ମନ୍ତ୍ରୀ।ତାଙ୍କ କହିବା ପ୍ରକାରେ ଆଜିକା ଦିନରେ ସ୍ଵାସ୍ଥ୍ୟ ବିଭାଗର ଯାହା ସବୁ ସମସ୍ୟା ରହିଛି ସେ ସବୁ ବିଜେପି ସରକାର ଉତ୍ତରାଧିକାରୀ ଭାବେ ପାଇଛୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ା. ମୁକେଶ କୁମାର ମହାଲିଙ୍ଗ ପ୍ରକାଶ କରିଛନ୍ତି।ଆସିକା ବିଧାୟକ ସରୋଜ ପାଢ଼ୀ ଙ୍କ ବାସଭବନରେ ମନ୍ତ୍ରୀ ମହାଲିଙ୍ଗଙ୍କ ସହ ଆମ୍ଭ ପ୍ରତିନିଧି ଏକ ସୌଜନ ମୂଳକ ସାକ୍ଷାତକାର ବେଳ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ୩୫ ଡାକ୍ତର ଜାଗାରେ ୧୧ ଡାକ୍ତର କାର୍ଯ୍ୟ କରୁଛନ୍ତି।ଏମିତିକି ଏଠାରେ ବ୍ଲଡ଼ ବ୍ୟାଙ୍କ ଦୀର୍ଘ ବର୍ଷର ଦାବି।ଅଲ୍ଟ୍ରାସାଉଣ୍ଡ ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲୁ।ଏହାର ଉତ୍ତରରେ ମନ୍ତ୍ରୀ ମହାଲିଙ୍ଗ କହିଥିଲେ ଅତିଶୀଘ୍ର ଏହି ସମସ୍ୟା କିଛିକାଂଶ ସୁଧୁରି ଯିବ।କାହିଁକିନା ପୁରା ରାଜ୍ୟରେ ତିନି ହଜାର ଡାକ୍ତର ଏବଂ ପାରା ମେଡିକେଲ ଷ୍ଟାଫ ଦେବାକୁ ବିଜ୍ଞାପନ ପାଇବ। ଆସିକାରେ ସୁପେର ସ୍ପେସାଲିଷ୍ଟ ହସ୍ପିଟାଲ ସ୍ଥାପନ ପାଇଁ ବିଗତ ସରକାର ଚିନ୍ତା କରିଥିଲେ କିନ୍ତି ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ଜଣାପଡୁନାହିଁ ଏହାର ଉତ୍ତରରେ ସେ କହିଥିଲ ସାରା ରାଜ୍ୟରେ ଡାକ୍ତର ସମସ୍ୟା ରହିଛି।ତାକୁ ଏଡେଇବା ପାଇଁ ଚଳିତ ଆର୍ଥିକ ବର୍ଷରେ ସ୍ପେଶାଲ ବଜେଟ ରହିଛି ବୋଲି ମନ୍ତ୍ରୀ ମହାଲିଙ୍ଗ କହିଥିଲେ।ଆଲୋଚନା ବେଳେ ଆସିକା ବିଧାୟକ ସରୋଜ ପାଢ଼ୀ ଉପସ୍ଥିତ ଥିଲେ।ପରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପହଞ୍ଚି ଆଲୋଚନା କରିଥିଲେ।ଏହି ସମୟରେ ଦଳୀୟ କର୍ମୀ,ଆର ଏସ ଏସ କର୍ମକର୍ତ୍ତା ମାନେ ମନ୍ତ୍ରୀ ଙ୍କ ସହ କଥାବାର୍ତ୍ତା କରିଥିଲେ।
ରାଜ୍ୟରେ ତିନି ହଜାର ଡାକ୍ତର ଏବଂ ପାରା ମେଡିକେଲ ଷ୍ଟାଫ ଦେବାକୁ ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ-ସ୍ୱାସ୍ଥ୍ୟ ମନ୍ତ୍ରୀ ମହାଲିଙ୍ଗ
Read Time:2 Minute, 36 Second

