ପୁଣି ଦାଦନ ଦୁଃଖ: ପାଗଳ ବାପର ଉଜୁଡିଗଲା  ସଂସାର

ପୁଣି ଦାଦନ ଦୁଃଖ: ପାଗଳ ବାପର ଉଜୁଡିଗଲା  ସଂସାର

0 0
Read Time:4 Minute, 21 Second

ମାତ୍ର ୧୮ ବର୍ଷର ଭେଣ୍ଡିଆ ପୁଅ  ଗୌରାଙ୍ଗ ସାହୁ  ବାହାର ରାଜ୍ୟ ହାଇଦ୍ରାବାଦକୁ ଯାଇଥିଲା ଦାଦନ ଖଟିବାକୁ।ଗାଁରେ ପାଗଳ ବାପା ଓ  ବେମାର ମା ଏବଂ ହାର୍ଟ ପେସେଣ୍ଟ ବଡ଼ ଭଉଣୀ କୁ ଛାଡି ଅର୍ଥ ଉପାର୍ଜନ ପାଇଁ ଗୌରାଙ୍ଗ ଯାଇଥିଲା ବିଦେଶ। ଏଇ ଦେଢ ମାସ ହେବ ଗୌରଙ୍ଗର ବୟସ ୧୮ ଛୁଉଁ ଛୁଉଁ  ସେ ପରିବାରର ବୋଝ ପାଇଁ ଟଙ୍କା ଅର୍ଜିବାକୁ ବାହାରି ପଡିଥିଲା।ହେଲେ ଗୌରାଙ୍ଗକୁ ଭାଗ୍ୟ ସାଥ ଦେଲାନି।ସାମାନ୍ୟ ଜ୍ୱର ହେଲା,ଚିକିତ୍ସାଧିନ ଅବସ୍ଥାରେ  ଶନିବାର ଦିନ ତାଙ୍କର ମୂର୍ତ୍ୟୁ ହେଲା। ଶବ ଗାଁକୁ ଫେରିଲା  ପରେ ଶୋକାକୁଳ ହୋଇଗଲା ଗ୍ରାମସାରା ।ଗଞ୍ଜାମ ଜିଲ୍ଲାରେ ସରୁନି ଦାଦନ ଶ୍ରମିକଙ୍କ ଦୁଃଖ l  ବାହାର ରାଜ୍ୟକୁ କାମ କରିବାକୁ ଯାଇ ଗୋଟିଏ ପରେ ଗୋଟିଏ ଦାଦନ ଶ୍ରମିକ ଘରକୁ ଶବ ହୋଇ ଫେରୁଛନ୍ତି।ଯେମିତି ଗତ  ମଙ୍ଗଳବାର ଦିନ ଘରକୁ ଫେରିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସିଦ୍ଧନଈ ପଞ୍ଚାୟତର ବାଦଗଡ ଗାଁର ଦାଦନ ଶ୍ରମିକ ଗୋୖରାଙ୍ଗଙ୍କ ମୃତ ଦେହ l ମୃତକଙ୍କ ବୟସ ମାତ୍ର ୧୮ ବର୍ଷ l ଗାଁକୁ ଶବ ଆସିବା ପରେ ପରିବାର ଓ ବନ୍ଧୁବର୍ଗ   ବାହୁନି ବାହୁନି କାନ୍ଦୁଛନ୍ତି।ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

            ସୁଦୁର ହାଇଦ୍ରାବାଦ -ସିକନ୍ଦ୍ରାବାଦ ଯାଇଥିଲେ ଗୋୖରାଙ୍ଗ କାମ କରିବାକୁ। ସେଠି ମେଡଚଲ ଥାନା ଅନ୍ତର୍ଗତ ମୁଁଞ୍ଜ।ବାଦ ଗ୍ରାମର ଏକ୍ସପ୍ରେସ ବିସି ରେ ଗୌରାଙ୍ଗ କାର୍ଯ୍ୟ କରୁଥିଲେ ।ସେଠି ତାଙ୍କ ଦେହ ଖରାପ ହେବାରୁ  ତାଙ୍କୁ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସାଙ୍ଗ।ଚିକିତ୍ସାଧିନ ଅବସ୍ଥାରେ ଶନିବାର ଦିନ ତାଙ୍କର ମୂର୍ତ୍ୟୁ ଘଟିଥିଲା।ସେଠୁ ତାଙ୍କ ଶବ ଆଣିବାକୁ ପାଖରେ  କେହି ବୋଲି ନିଜ ଲୋକ ନଥିଲେ।କେବଳ ସାଙ୍ଗ ମାନେ ଥିଲେ ,କିନ୍ତୁ ହାତରେ ତାଙ୍କର ପଇସା ନଥିଲା ଶବ ଗ୍ରାମକୁ ନେବାପାଇଁ।ଠିକାଦାର ସହଯୋଗ ନକରିବାରୁ ପୁଲିସ ହସ୍ତକ୍ଷେପ କଲା।ସାଙ୍ଗ ମାନେ କିଛି  ଦେଲେ ଓ ଠିକାଦାର ସହଯୋଗରେ ଆମ୍ବୁଲାନ୍ସ ଦ୍ୱାର ଦୁଇ ଦିନ ପରେ  ବ୍ୟବଛେଦ  ଶବ ଗ୍ରାମରେ ପହଁଚିଲା।ଏଠି ଯାତନା ଦେଇଛି ଦାଦନ ଦୁଃଖ l ଗୋଟେ ମା ପାଖରୁ ଚାଲି ଯାଇଛି  ତାର ଭେଣ୍ଡିଆ ପୁଅ l ଆଉ ଗୋଟେ ଭଉଣୀ ପାଖରୁ ଚାଲି ଯାଇଛି ତା ଭାଇ l ଶବକୁ ଧରି ପୁରା ପରିବାର ବାହୁନି ବାହୁନି କାନ୍ଦୁଛନ୍ତି l ପରିବାରର ଗୋଟିଏ ବୋଲି ରୋଜଗରିଆ ପୁଅର ମୃତ୍ୟୁ ଘଟିଛି। ବାପା ସାହୁ ରବିନ୍ଦ୍ର ପାଗଳ, ମାଆ ରୋଗିଣା , ତିନିଟା ଝିଅରୁ ଦୁଇ ଝିଅଙ୍କ ଗ୍ରାମବାସୀ ଙ୍କ ସହାୟତାରେ ବିବାହ ହୋଇସାରିଛି।ଏବେ ୨୦ ବର୍ଷର ଭଉଣୀ ବିଷ୍ଣୁପ୍ରିୟା ସାହୁ ହର୍ଟପେସେଣ୍ଟ ତଥାପି ସେ ବିବାହ ଯୋଗ୍ୟ ହୋଇସାରିଲାଣି। ଏବେ ଏମାନେ କାହା ସାହାରାରେ ବଞ୍ଚିବେ l କିଏ ତାଙ୍କ ପେଟକୁ ଦାନା ଯୋଗାଇବ l ମୁଣ୍ଡ ଗୁଞ୍ଜିବାକୁ ଏମାନଙ୍କ ପାଇଁ ଇନ୍ଦିରା ଆବାସ ଘରଟିଏ ଅଛି ସିନା ପେଟକୁ ଦୁଇ ଓଳା ଦାନ  ଯୋଗାଡ଼ ପାଇଁ କଣ ହେବ ତାଙ୍କ ଅବସ୍ଥା ସେଥିପାଇଁ ଗ୍ରାମବାସୀଙ୍କ ଚିନ୍ତା।ନିସହାୟ ହୋଇ ଯାଇଥିବା ଏ ପରିବାରକୁ ସରକାର ଟିକେ ସାହାଯ୍ୟ ସହୋଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଗ୍ରାମବାସୀ ।ଗଞ୍ଜାମ ଜିଲ୍ଲାରେ ସରୁନି ଦାଦନ ଶ୍ରମିକଙ୍କ ଦୁଃଖ l ଏ ଦୁଃଖ ଦୂର କରିବା ପାଇଁ  ସରକାର ବେକାର ବ୍ୟବସ୍ଥା ହଟାଇବା ଜରୁରୀ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized