ମୁଖ୍ୟମନ୍ତ୍ରୀ ସହାୟତା ପ୍ରାପ୍ତ କଳାକାର ସଙ୍ଘ ବର୍ଷିକ ବୈଠକ

ମୁଖ୍ୟମନ୍ତ୍ରୀ ସହାୟତା ପ୍ରାପ୍ତ କଳାକାର ସଙ୍ଘ ବର୍ଷିକ ବୈଠକ

0 0
Read Time:1 Minute, 10 Second

ଆସିକା ବ୍ଲକ୍ ମୁଖ୍ୟମନ୍ତ୍ରୀ ସହାୟତାପ୍ରାପ୍ତ କଳାକାର ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଚିନିଶିଳ୍ପ ନୂଆଗାଁସ୍ଥିତ ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ସଭାପତି କାମେଶ୍ବର ବିଷୋୟୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ବିଡିଓ ଫକୀରଚରଣ ପରିଡ଼ା, ତହସିଲଦାର ସଞ୍ଜୟ ସାମନ୍ତରା, ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ବାଇଁ, ଜିଲ୍ଲା ବିଜେଡି ସମ୍ପାଦକ ଅଭିମନ୍ୟୁ ନାହାକ ଓ ବ୍ଲକ୍ ବିଜେଡି ସଭାପତି ରାଜେଶ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସହାୟତା ପାଇଁ କଳାକାରମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ। ଏଥିରୁ ବାଦ୍ ପଡ଼ିଥିବା କଳାକାରମାନଙ୍କୁ ଯେଭଳି ଅନ୍ତର୍ଭୁକ୍ତ କରାଯିବ ଏନେଇ ଆଲୋଚନା ହୋଇଥିଲା। ସେହିପରି କଳାକାରମାନଙ୍କୁ ପରିଚୟପତ୍ର ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ