ଆଖିଧରା ରୋଗ ବ୍ୟାପୁଛି:ଆସାଧୁ ବ୍ୟବସାୟୀ ମାଲାମାଲ

ଆଖିଧରା ରୋଗ ବ୍ୟାପୁଛି:ଆସାଧୁ ବ୍ୟବସାୟୀ ମାଲାମାଲ

0 0
Read Time:3 Minute, 7 Second

ଆସିକା(ସ୍ୱତନ୍ତ୍ର ଟିଭି) ଆଖିଧରା ରୋଗ ଏବେ ଉଦ୍‌ବେଗର କାରଣ ହୋଇଛି। କିନ୍ତୁ ଏଭଳି ସ୍ଥିତିରେ ବଜାରରୁ ନାମୀଦାମି ବ୍ରାଣ୍ଡ୍‌ର ଆଖି ଡ୍ରପ୍ ଉଦ୍ଭାନ ହୋଇଯାଇଛି। ଲୋକଙ୍କ ନିହାତି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବେ ବ୍ୟବସାୟୀ ଚାହିଦା ରହୁନଥିବା ଅନ୍ୟବ୍ରାଣ୍ଡ୍‌ର ଆଖି ଡ୍ରପ୍‌କୁ ଲୋକଙ୍କୁ ଦେଉଥିବା ଅଭିଯୋଗ ହେଉଛି | ଆଖି ଧରିବା ମାତ୍ରେ ଲୋକେ ବି ସିଧାସଳଖ ଔଷଧ ଦୋକାନରେ ପହଞ୍ଚି ମସ୍କୋଫ୍ଲାକ୍ସାସିନ୍,ଗାଟିମ୍ନୋକ୍ସାସିନ୍,ଓଫ୍ଲାକ୍ସାସିନ୍,ସାଇକୋଫ୍ଲାକ୍ସାସିନ୍, ଡେଣ୍ଟାମାଇସିନ୍ ଭଳି ଆଖିଡ୍ରପ୍ କିଣି ଆଣୁଛନ୍ତି। ଏଥିପାଇଁ କେହି ଡାକ୍ତରୀ ପରାମର୍ଶ ବି ନେଉ ନାହାନ୍ତି। ତେବେ ଆଖିଧରାଏକ ଭାଇରାଲ ରୋଗ ତେଣୁ ଏଥିପାଇଁ ଆକ୍ସିବୋୟୋଟିକ୍ ବା ଷ୍ଟିରଏଡ୍‌ର ଆବଶ୍ୟକତା ନାହିଁ। ଯଦି ୪/୫ଦିନରୁ ଅଧିକ ସମୟ ଆଖିଧରା ରହିଲା ତାହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରିବା ଦରକାର ଅଟେ। ଆଖିଧରା ପାଇଁ କୌଣସି ଡ୍ରପ୍‌ର ବି ଆବଶ୍ୟକତା ନାହିଁ। ଯଦି ବି କେହି ପକାଉଛନ୍ତି,ମନଇଚ୍ଛା ପକାନ୍ତୁନି ବୋଲ ଚକ୍ଷୁ ବିଶେଷଜ୍ଞ  ପରାମର୍ଶ ଦେଇଛନ୍ତି | କିନ୍ତୁ ଡାକ୍ତରୀ ପରାମର୍ଶ ନ ନେଇ କେବଳ ଶୁଣାଶୁଣିରେ ଆସିକା ଓ ଆଖ ପାଖ ଅଂଚଳରେ ପ୍ରତିଦିନ ଏବେ ପାଖାପାଖି ହଜାରରୁ ଉର୍ଦ୍ଧ୍ବ ଅଧିକ ଆଇ ଡ୍ରପ୍ ବିକ୍ରି ହେଉଥିବା ଆକଳନ କରାଯାଉଛି।ଆଖିଧରା ବ୍ୟାପିଥିବା ବେଳେ ବିଶେଷଭାବରେ ବିଦ୍ୟାଳୟର ପିଲାମାନେ ହିଁ ଏଥିରେ ପ୍ରଭାବିତ ହେଉଛନ୍ତି। ଆଖିଧରାକୁ କନ୍‌କ୍ଟିଭାଇଟିସ୍ ବା ପିଙ୍କ୍ ଆଇ ବୋଲି କୁହାଯାଏ। କେବଳ ଆସିକା ନୁହେଁ ବରଂ ଗ୍ରାମାଞ୍ଚଳରେ ବିଭିନ୍ନ ବ୍ରାଣ୍ଡର ଆଇ ଡ୍ରପ୍‌ର କୃତ୍ରିମ୍ ଅଭାବ ଦେଖାଦେଇଛି।ଲୋକ ଯେଉଁ ବ୍ରାଣ୍ଡର ଡ୍ରପ୍ ମାଗୁଛନ୍ତି ତାଙ୍କୁ ସେହି ନିର୍ଦ୍ଦିଷ୍ଟ ଦାମୀ ବ୍ରାଣ୍ଡ ବଦଳରେ ଅନ୍ୟ ଆଖିଧରା ଡ୍ରପ ଦେଉଛନ୍ତି ଯହିଁରେ ଅଧିକ ଲାଭ ରହିବ।ଏରୋଗ ଆରମ୍ଭ ହେଲାଠୁ ଏଥିରେ ମାତିଛନ୍ତି ଅସାଧୁ ବ୍ୟବସାୟୀ। ଅନ୍ୟ ବ୍ରାଣ୍ଡର ଡ୍ରପ୍ ଦିଆଯାଉଛି ,ଲୋକ ବି ଦୋକାନୀ ଯାହା ଦେଲା ତାକୁ ନେଇ ଆଖିରେ ପକାଉଛନ୍ତି।ଦୋକାନୀ ଵାଲା ଲୋକ ମାଗୁଥିବା ଡ୍ରପ୍ ଷ୍ଟକ ନାହିଁ କହି ତାଙ୍କ ଲାଭ ହାସଲ କରିଛନ୍ତି। ଏପରିକି ଡାକ୍ତର ଚିଠାରେ ଯେଉଁ ଡ୍ରପ୍ ଲେଖୁଛନ୍ତି ଅର୍ଥାତ୍ ସିପ୍ଲକ୍ସ, ମହାଫ୍ଲକ୍ସ, ଓକୁପଲ ଭଳି ଅନେକ ଡ୍ରପ୍ ଓ ଏସିକ୍ଲୋଭିର ମଲମ୍ ଏବେ ଠିକରେ ମିଳୁନି।  ଆଇ ଡ୍ରପ୍‌ର ଅଭାବ ନା ଏ ଆଳରେ ଅଧିକ ଲାଭ ଆଳରେ ଅନ୍ୟ ଡ୍ରପ ବିକ୍ରି ହେଉଛି ତାହା ତଦନ୍ତ ସାପେକ୍ଷ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ ସ୍ୱାସ୍ଥ୍ୟ