ଜାତୀୟ ସାମ୍ବାଦିକ ୟୁନିଅନର କାର୍ଯ୍ୟକାରିଣୀ ବୈଠକ

ଜାତୀୟ ସାମ୍ବାଦିକ ୟୁନିଅନର କାର୍ଯ୍ୟକାରିଣୀ ବୈଠକ

0 0
Read Time:2 Minute, 6 Second

ଯାଜପୁରର ବ୍ୟାସନଗର ଠାରେ ଜାତୀୟ ସାମ୍ବାଦିକ ୟୁନିଅନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାମ୍ବାଦିକ ସଂଘ ଏସୟୁଜେ ପକ୍ଷରୁ ଅନୁଷ୍ଠିତ ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକକୁ ଗତକାଲି ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡ଼. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଆଜି ଏହାର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ଯଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ଯୋଗଦେଇଥିଲେ। ଜାତୀୟ ସାମ୍ବାଦିକ ୟୁନିଅନର ଉପସଭାପତି ଜିତେନ୍ଦ୍ର ଅଗସ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରେଇ ବିଧାୟକ ଅଶୋକ ବଳ, ଜାତୀୟ ସାମ୍ବାଦିକ ୟୁନିଅନର ମହାସଚିବ ସୁରେଶ ଶର୍ମା, ବ୍ୟାସନଗର ମୁନସିପାଲଟି ଚେୟାରମ୍ୟାନ ସଂଗୀତା ପିଙ୍ଗୁଆ, ଜାତୀୟ ସମ୍ପାଦକ ଅଜୟ ସାହୁ, ଉପସଭାପତି ଦୀପକ ମୁଖାର୍ଜୀ, ଏସୟୁଜେର ରାଜ୍ଯ ସଭାପତି କୈଳାସ ନାୟକ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ଯ ତଥା ଦେଶରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା ସହିତ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ। ଏଥିରେ 19ଟି ରାଜ୍ଯର 150 ରୁ ଉର୍ଦ୍ଧ୍ବ ସଦସ୍ଯ ଓ କର୍ମକର୍ତ୍ତା ଯୋଗଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ