Read Time:59 Second
ଆସିକା ବ୍ଲକ ଓ ଏନ ଏ ସି ରେ ରୂପାନ୍ତରିତ ୬ ଗୋଟି ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।ବ୍ଲକର ମଙ୍ଗଳପୁର, ଋଷିପୁର, ନିମିନା ଓ ଖୁକୁଣ୍ଡିଆ ଏବଂ ଆସିକା ଏନ ଏ ସି ର ଲାଲାଶାସନ ଓ ଆସିକା ସରକାରୀ ବାଳିକା ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପଣ କରାଯାଇଛି।ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆସିକା ବିଡିଓ ଫକୀର ଚରଣ ପରିଡ଼ା ,କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ,ଏନ ଏ ସି ଅଧକ୍ଷା ବିନେତା ସ୍ବାଇଁ ,ଶିକ୍ଷା ବିଭାଗ ଅଧିକାରୀ ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ,ଶିକ୍ଷୟତ୍ରୀ ,କର୍ମଚାରୀ,ଅଭିଭାବକ,ଛାତ୍ରଛାତ୍ରୀ, ସ୍କୁଲ କମିଟି ସଭ୍ୟ ଓ ଅଞ୍ଚଳବାସୀ ଯୋଗଦେଇଥିଲେ।



