ଖମ୍ବେଶ୍ୱରୀ ଠାକୁରାଣୀଙ୍କ ଚୈତ୍ରପର୍ବ ଏବଂ ଯାତ୍ରା ପ୍ରସ୍ତୁତି ବୈଠକ

ଖମ୍ବେଶ୍ୱରୀ ଠାକୁରାଣୀଙ୍କ ଚୈତ୍ରପର୍ବ ଏବଂ ଯାତ୍ରା ପ୍ରସ୍ତୁତି ବୈଠକ

0 0
Read Time:1 Minute, 26 Second

ଆସିକା ବିଜେ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ଚୈତ୍ରପର୍ବ ଓ ବୈଶାଖୀ ଯାତ୍ରା ନିମନ୍ତେ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା।ମନ୍ଦିର ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚୈତ୍ର ମାସର  ଚାରି ଗୋଟି  ମଙ୍ଗଳବାର  ,ଶୁଭଖୁଣ୍ଟି ସ୍ଥାପନ,ମାଙ୍କ ନଗର ପରିକ୍ରମା,ଯାତ୍ରା ପରିଚାଳନା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।ଆସନ୍ତା ୧୮ ତାରିଖରେ ଶୁଭଖୁଣ୍ଟି ସ୍ଥାପନ, ଏପ୍ରିଲ ୫ତାରିଖରୁ ପ୍ରତ୍ୟେହ ଦିନ ମାଙ୍କ ନଗର ପରିକ୍ରମା ହେବ।ଏପ୍ରିଲ ୨୯ରେ ବିରାଟ ପଟୁଆର ୩୦ରେ ଯାତ୍ରା ଓ ମଇ ୧ରେ ମାଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ତଥା ଗମ୍ଭୀରା ବିଜେ ପାଇଁ ତାରିଖ ଧାର୍ଯ୍ୟ ହୋଇଛି।ଯାତ୍ରା ସଭାପତି ଭାବେ ନିମେଇ ପାଣିଗ୍ରାହୀ ଙ୍କୁ ଚୟନ କରାଯାଇ ଏକ ୨୧ଜଣିଆ କମିଟି ଗଠନ ହୋଇଥିଲା।ବୈଠକରେ କମିଟି ସଦସ୍ୟ ସଚ୍ଚିଦାନନ୍ଦ ଖଟେଇ,ମନୋଜ ମୁନୀ,ନରସିଂହ ମୁନୀ ଏବଂ ବରିଷ୍ଠ ପୂଜକ ସନ୍ୟାସୀ ମୁନୀ ଓ ଗଣପତି ମୁନୀ ଏଥିସହ ଗ୍ରାମବାସୀ,ଅର୍ଚକ,ବାରିକ,ଭକ୍ତମାନେ ଆଲୋଚନାରେ ଭାଗ ନେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ସ୍ପେଶାଲ୍ ରିପୋର୍ଟ