ଆସିକାର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ସମ୍ମୁଖରେ ଅନେକ ଦଲାଲ ଓ ଟାଉଟରଙ୍କ ବ୍ୟାଙ୍କ ବାରଣ୍ଡାରେ ବସି ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ପହଞ୍ଚିଛି।ଏମାନେ ଅଶିକ୍ଷିତ ଏବଂ ଗାଉଁଲି ଲୋକଙ୍କୁ ଠକିବାରେ ବେଶ ଧୁରନ୍ଦର।ଯେକୌଣସି ଅଶିକ୍ଷିତ ଏବଂ କିଛି ଜାଣିପାରୁନଥିବା ଲୋକେ ବ୍ୟାଙ୍କକୁ ଟଙ୍କା ଉଠାଣ ଏବଂ ଜମା ପାଇଁ ଆସିଲେ ଏମାନେ ଦଲାଲ ମାନ ଉଠାଣ ଓ ଜମା ଫର୍ମରେ ଲେଖିବାକୁ ଅଧିକ ଟଙ୍କା ମାଗନ୍ତି।ବିଶେଷ କରି ଜମା କରିବା ପାଇଁ ଆସିଥିବା ଗ୍ରାହକଙ୍କ ଠାରୁ ଯେତିକି ଟଙ୍କା ନେଇ ଜମା କରିବାକୁ ନିଅନ୍ତି ତା ଠାରୁ କମ ଟଙ୍କା ଦଲାଲ ମାନେ ଜମା କରିଦେଇ ସେହି ରସିଦ ଦେଇ ଗ୍ରାହକଙ୍କୁ ଠକନ୍ତି।ଖାସକରି ଆସିକା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ବାରଣ୍ଡାରେ ବସି ଦଲାଲ ମାନେ ତାଙ୍କ କାରନାମା ଦେଖାଇଥାନ୍ତି।ବ୍ୟାଙ୍କ ପକ୍ଷରୁ ଲୋକକଙ୍କୁ ଅଧିକ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇବା ପାଇଁ ପାଖରେ ହେଲ୍ପ ଡେସ୍କ ଏବଂ ଅତି ନିକଟରେ ଗ୍ରାହକ ସେବା କେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ ଗ୍ରାହକଙ୍କୁ ଦଲାଲ ମାନେ ଭ୍ରମିତ କରନ୍ତି।ଯଦ୍ୱାରା ଗ୍ରାହକ ଶୋଷଣ ହୁଅନ୍ତି।ଏପରିକି କିଏ ଆଉ କେତେ ଟଙ୍କା ଉଠାଣ କରିବ ତାର ସୂଚନା ମଧ୍ୟ ଦଲାଲ ଙ୍କ ଦ୍ଵାରା ଡକାୟତଙ୍କ ପାଖରେ ଅନାୟାସରେ ପହଞ୍ଚିବା ଫଳରେ ଲୁଟ ହେଉଛି।ଡିକି ଭାଙ୍ଗି ଚୋରି ଯାଉଛି ତ ଆଉ କେତେବେଳେ ଲୁଟେରା ବ୍ୟାଙ୍କ ଭିତରୁ ମୋଟ ଅଙ୍କର ଟଙ୍କା ଧରି ବାହାରୁଥିବା ଲୋକଙ୍କ ପିଛା କରାଯାଇ ଲୁଟ ହେଉଛି।ବ୍ୟାଙ୍କ ଭଳି ସ୍ଥାନରେ ଅତି ଗୋପନୀୟତା ରକ୍ଷା କରାଯାଉଥିବା ବେଳେ ଏହି ଦଲାଲ ଓ ଟାଉଟର ଉପସ୍ଥିତ ବୁଦ୍ଧି ଲଗାଇ ଗ୍ରାହକଙ୍କୁ ଲୁଟି ଚାଲିଛନ୍ତି।ଏପରିକି ଆଧାର ଲିଙ୍କ,ମନି ଟ୍ରାନ୍ସଫର୍ମର, ଯେକୌଣସି ଫର୍ମ ଭରିବାକୁ ଲୋକଙ୍କ ଠାରୁ ଏହି ଦଲାଲ ମାନେ ଭରପୁର ଫାଇଦା ଉଠାନ୍ତି।ତଥାପି ବ୍ୟାଙ୍କ କର୍ତ୍ତୃପକ୍ଷ ଏମାନଙ୍କୁ ବ୍ୟାଙ୍କ ହତା ଭିତରେ ଏଭଳି ଏତାଦୃଶ କାର୍ଯ୍ୟ ହେଉଥିଲେ ମଧ୍ୟ ତାକୁ ରୋକିବାରେ ଦିଗରେ ସମ୍ଭବ ହେଉନଥିବା ପରିତାପର ବିଷୟ ଅଟେ। ଗ୍ରାହକ ଶୋଷଣ ନିତୀକୁ ରୋକିବା ନିମନ୍ତେ ବ୍ୟାଙ୍କ ଓ ପୋଲିସ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

