ଧରାକୋଟ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁସଗୁମା ରେ ବ୍ଲକ୍ ସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏ ବି ଇ ଓ ପ୍ରଦୀପ କୁମାର ହୋତା, ସି ଆର ସି ସି ଭାସ୍କର ବାଡତ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକ୍ ସ୍ତରୀୟ ପୁଷ୍ପ ମଲ୍ୟ ଓ ସ୍କ୍ରାପ ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଗାନ୍ଧିଜୀ ଓ ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀ ସମ୍ବନ୍ଧୀୟ ଚିତ୍ର ରଚନା ପ୍ରଦର୍ଶନ କରିଥିଲେ । ଦେଶର ସାଂପ୍ରତିକ ପରିସ୍ଥିତିର କୃଷି,ଶିଳ୍ପ,ବିଜ୍ଞାନ,ଶିକ୍ଷା ଓ ବୈଷୟିକ ଜ୍ଞାନ ସମ୍ବନ୍ଧୀୟ ଚିତ୍ର ମଧ୍ୟ ଏଥିରେ ଉପଲବ୍ଧ ରହିଥିଲା । ପ୍ରଥମ,ଦ୍ଵିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସମସ୍ତ ଚଳସି ଜଣ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

