ଧରାକୋଟ ବ୍ଲକର କାର୍ଯ୍ୟରତ ୪୧ଜଣ କନିଷ୍ଠ ଶିକ୍ଷକ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଅଧୀନରେ କାର୍ଯ୍ୟରତ ୭ଜଣ ଏହିପରି ସମୁଦାୟ ୪୮ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାର ନିୟମିତ ଶିକ୍ଷକ ଭାବରେ ମାନ୍ୟତା ପ୍ରଦାନ କରିଛନ୍ତି । ଏଥି ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ୍ ଶିକ୍ଷା ଅଧିକାରୀ କୋରେସ ସେଠୀ, ଏ ବି ଡି ଓ ପ୍ରଦୀପ କୁମାର ହୋତା,ଉମା ଚରଣ ପାଣିଗ୍ରାହୀ ଓ ବୁଚି ରାଓ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ। କନିଷ୍ଠ ଶିକ୍ଷକ ଦେବାଶିଷ ବେହେରା ଅତିଥି ପରିଚୟ ପ୍ରଦାନ କରି ସରକାର ସେମାନଙ୍କୁ ନିୟମିତ ଶିକ୍ଷକ ଭାବରେ ମାନ୍ୟତା ପ୍ରଦାନ କରିଥିବାରୁ ଶିକ୍ଷକ ମାନଙ୍କ ତରଫରୁ ସରକାର ଓ ଶିକ୍ଷା ବିଭାଗର ପଦାଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବି ଇ ଓ ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ମାନ୍ୟତା ପତ୍ର ପ୍ରଦାନ କରିଥିଲେ। ଶିକ୍ଷକ ଭାଗିରଥୀ ପାଢ଼ୀ ,ଜଗନ୍ନାଥ ନାୟକ ପ୍ରମୁଖ ଶିକ୍ଷାଦାନର ସରଳୀ କରଣ ପଦ୍ଧତି ଓ ବିଦ୍ୟାଳୟ ପ୍ରତି ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରିବା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ। ଶିକ୍ଷୟତ୍ରୀ ଚିନ୍ମୟୀ ପ୍ରଧାନ ଓ ଝରଣା ସେନାପତି କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

