ସ୍ଵାସ୍ଥ୍ୟ କେନ୍ଦ୍ର ପାଲଟିଛି ମଦ ବାର, କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ଗଜପତି ଜିଲ୍ଲା
ଆଦିବାସୀ ଅଧ୍ୟୁସିତ ଗୁମ୍ମା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି,
ଏଠାକାର ଆକାଉଣ୍ଟ ମ୍ୟାନେଜର ଗଙ୍ଗାଧର ଆଚାର୍ଯ୍ୟ ନିଜ କାର୍ଯ୍ୟଳୟ ପ୍ରକୋଷ୍ଠକୁ ବାରରେ ପରିଣତ କରି ଦେଇଛନ୍ତି। କାର୍ଯ୍ୟଳୟ ରେ ଖୋଲା ଖୋଲି ଭାବେ କେତେବେଳେ ନିଜ ଟେବୁଲ୍ ଉପରେ ମଦ ବୋତଲ ରଖି ଗ୍ଲାସ୍ ରଖି ପିଉଥିବାର ତ ଆଉ କେତେବେଳେ ଟେବୁଲ୍ ରେ ବିଅର ପିଇବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସଂପୃକ୍ତ ଆକାଉଣ୍ଟ ମ୍ୟାନେଜର ଗଙ୍ଗାଧର ଆଚାର୍ଯ୍ୟଙ୍କୁ କାରଣ ଦର୍ଶ।ଅ ନୋଟିସ୍ ଜାରି କରିଛନ୍ତି। ପୂର୍ବରୁ ଅଫିସ ଟାଇମ୍ ରେ ମଦ୍ୟପାନ କରି ଲୋକଙ୍କୁ ଦୁର୍ବୟହାର କରୁଥିବା ନେଇ ଅଭିଯୋଗ ଆସିଥିଲା। ହେଲେ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସଂପୃକ୍ତ ଆକାଉଣ୍ଟ ମ୍ୟାନେଜରଙ୍କୁ ଡାକି ତାଗିଦ୍ କରିଥିଲେ। ତଥାପି ଏଥିରେ କୌଣସି ପରିବର୍ତ୍ତନ ହେବା ବଦଳରେ ସେ ଆହୁରି ମଦ୍ୟପାନ ଜାରି ରଖିବା ସହ ନିଜ କାର୍ଯ୍ୟ।ଳୟ ପ୍ରକୋଷ୍ଠରେ ବସି ମଦ୍ୟପାନ କରିବା ସହ ଲୋକଙ୍କୁ ଦୁବ୍ୟବହାର ପ୍ରଦର୍ଶନ କରି ଆସୁଥିଲେ। ତେଣୁ ବର୍ତ୍ତମାନ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ 3ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦଶେ ଜାରି କରାଯାଇଛି। ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପ୍ରଦୀପ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରେ ସଂପୃକ୍ତ ଆକାଉଣ୍ଟ ମ୍ୟାନେଜରଙ୍କ ବିରୁଦ୍ଧରେ ଯାହା ଅଭିଯୋଗ ଆସିଛି ତାହାର ତଦନ୍ତ କରାଯାଇ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯାଉଛି। କିନ୍ତୁ ଏସଂପର୍କରେ ସେ ଗଣମାଧ୍ୟମକୁ କିଛି କହିବାକୁ ସିଧାସଳଖ ମନା କରିଦେଇଛନ୍ତି।
ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ କର୍ମଚାରୀଙ୍କ ମଦ୍ୟପାନ
Read Time:2 Minute, 21 Second

