ଧରାକୋଟ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସ ଖୋଲିବାକୁ ଯାଉଥିବାରୁ ଅଭିଭାବକ ମହଲରେ ଆନନ୍ଦ ଖେଳିଯାଇଛି।
ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଧରାକୋଟ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୁଷଗୁମା ର ଏକ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଗୁରୁବାର ଦିନ ଖୋଲିବାକୁ ଯାଉଥିବା ସମ୍ପର୍କରେ ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରା ସୂଚନା ଦେଇଛନ୍ତି। ଏହି ଛାତ୍ରୀ ନିବାସ ରେ ପିଲାଙ୍କ ପାଇଁ 25 ଗୋଟି ଏବଂ ଷ୍ଟାଫ୍ ମାନଙ୍କ ପାଇଁ 4 ଗୋଟି ରୁମ ରହିଛି । ଏହାର ସୁପରିଚାଳନା ପାଇଁ ହଷ୍ଟେଲ ସୁପରିଟେନ୍ଦେଣ୍ଟ ଭାବରେ ଇଂରାଜୀ ଶିକ୍ଷୟତ୍ରୀ ଅପରାଜିତା ମହାରଣା ଦାୟିତ୍ୱରେ ରହିଥିବା ବେଳେ ଜଣେ ୱାଡେନ,ଜଣେ ପ୍ରଧାନ ରୋଷେୟା ଓ ଦୁଇଜଣ ସହକାରୀ ରୋଷେୟା କାର୍ଯ୍ୟରେ ଯୋଗ ଦେଇଛନ୍ତି ।ସଂପ୍ରତି ଆଠ ଜଣ ଛାତ୍ରୀ ଏଠାରେ ରହିବା ପାଇଁ ଆବେଦନ କରିଥିବା ବେଳେ ଆଗକୁ ଛାତ୍ରୀ ମାନେ ଅଧିକ ସଂଖ୍ୟାରେ ରହିବା ପାଇଁ ଆବେଦନ କରିବେ ବୋଲି ଜଣା ପଡ଼ିଛି। ଛାତ୍ରୀ ନିବାସ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ଓଡିଶା ବିଦ୍ୟାଳୟ ଶିକ୍ଷା କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ଏ ପର୍ଯ୍ୟନ୍ତ ଆଦର୍ଶ ବିଦ୍ୟାଳୟ ରେ ପହଞ୍ଚିନାହିଁ। ଏହି ଅନୁମତି ପତ୍ର ମିଳିଲେ ଗୁରୁବାର ଏହା ଖୋଲିବ । ଏହି ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପଢ଼ୁଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଦୀର୍ଘ ତିନିବର୍ଷ ପୂର୍ବରୁ ଏହି ଛାତ୍ରୀ ନିବାସ ନିର୍ମାଣ ସରିଥିଲେ ମଧ୍ୟ ଏହା କାର୍ଯ୍ୟ କ୍ଷମ ନହୋଇ ରହିଥିଲା । ଯାହା ଫଳରେ ବିଭିନ୍ନ ପଞ୍ଚାୟତର ଲୋକେ ନିଜର ପିଲାମାନଙ୍କୁ ଏହି ଆଦର୍ଶ ବିଦ୍ୟାଳୟରେ ପଢ଼ାଇବା ପାଇଁ ଆଖପାଖ ଗାଁରେ ଘରଭଡ଼ା ନେଇ ଖର୍ଚ୍ଚାନ୍ତ ହୋଇ ରହୁଛନ୍ତି । ସଂପ୍ରତି ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଥିବାରୁ ଅଭିଭାବକ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି।
ଧରାକୋଟ,ଗୁରୁବାରେ ଖୋଲିବ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସ, ବିଭାଗୀୟ ନିର୍ଦ୍ଦେଶ କୁ ଅପେକ୍ଷା
Read Time:2 Minute, 27 Second

