ଆସିକା ର ବିଭିନ୍ନ ମଠ ଓ ମନ୍ଦିର ମାନଙ୍କରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି l ସୁନାମ୍ବ ସାହିରେ ବିଜେ ରଘୁନାଥ ମନ୍ଦିର, ଜଗନ୍ନାଥ ମନ୍ଦିର, ଅଭୟ ନୃସିଂହ ମଠ, ମୁନିସାହି ଜଗନ୍ନାଥ ମନ୍ଦିର, ଖମ୍ବେଶ୍ବରୀ ପାଟଣା, ବାଣୀବିହାର ଗୋପୀନାଥ ମନ୍ଦିର, ପ୍ରାଗଣରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରାତଃ ସମୟ ରୁ ଦ୍ୱାର ପୂଜା, ସୂଯ୍ୟ ପୂଜା, ମଙ୍ଗଳା ଆରତୀ, ଅବକାଶ, ସ୍ୱତନ୍ତ୍ର ବେଶ, ସକାଳ ଧୂପ, ସନ୍ଧ୍ୟା ଆରତୀ ପରେ ବାଳ ଗୋପାଳ ଙ୍କୁ ସ୍ୱତନ୍ତ୍ର ବିମାନ ରେ ଜନ୍ମ ବେଦି ରେ ପଣ୍ଡିତ ବଦ୍ରୀନାଥ କର ଶର୍ମା ଙ୍କ ପୌରହିତ ରେ କର୍ତା ରୂପେ ଚିତ୍ତ ରଞ୍ଜନ ଦାସ, ନୃସିଂହ ପାଢ଼ୀ, ଋତୁରାଜ ପାଢ଼ୀ, ଏବଂ ଟ୍ରଷ୍ଟି ଜଗନ୍ନାଥ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ଭଗବାନ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଉତ୍ସବ, ନାଭିଛେଦନ, ଜାତ କର୍ମ, ନାମକରଣ, ହୋମ ଯଂଜ୍ଞ, ଆରତୀ, ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଛି l ଏହି ଅବସରରେ ଆସିକା ନାମ ସଂକୀତର୍ନ ଦଳ ମନ୍ଦିର ପରିସରରେ ହରେ ନାମ, ଭଜନ, ପରିବେଷଣ କରିଥିଲେ l

