ଆସିକା ହାଟପଦା ଛକ ଜି. ହରିହର ରେଡି ଙ୍କ ଘରୁ ବଡଧରଣର ଚୋରି ଘଟଣା ରେ ପୋଲିସ କୁ ମିଳିଛି ସଫଳତା। ଚୋର ବାବୁଲା ନାହାକ (୩୫)ଙ୍କ ଘର ଦେବଭୂମୀ ଗ୍ରାମର ଅଟେ।ତାଠାରୁ ନଗଦ ୮୦ହଜାର ଟଙ୍କା,୪୨ଟି ସୁନା ଖାସୁ ମାଳି,୨ଟି ସୁନା ହନୁମାନ ଲକେଟ,ଗୋଟେ ସୁନା ଲକେଟ,ଗୋଟେ ହେଇର ଡାଇ ,ସ୍କୁଲ ବ୍ୟାଗ ଓ ଆଇ କାର୍ଡ ଏବଂ ଗୋଟିଏ ଡିଜିଟାଲ ଘଣ୍ଟା ଜବତ ହୋଇଛି।ଥାନା କେଶ ନଂ୪୬୦/୨୨ପ୍ରକାରେ ଚୋର ବାବୁଲଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।ପ୍ରକାଶ ଥାଉକି ଗତ ୧ତାରିଖ ଦିନ ଜି ହରିବନ୍ଧୁ ରେଡ୍ଡୀ ହାର୍ଡୱେର ଦୋକାନୀ ଙ୍କ ଘରର ସଦସ୍ୟ ନଥିବାର ସୁଯୋଗ ନେଇ ଆଲମିରା ଭିତରୁ ସ୍ବର୍ଣ୍ଣ ଅଳଙ୍କାର ୨୦ ଭାରି ସୁନା ଅଳଙ୍କାର ସହ ନଗଦ ୧ଲକ୍ଷ ଅଠର ହଜାର ଟଙ୍କା ତିନିଟି ଚୈନ, ଦୁଇଟି ଖସୁ ମାଳ, କାନର ୨ ହଳ,ମୁଦି ୨ଟି ମିଶି ଆନୁମାନିକ ୨୦ ଭରି ବୋଲି ସୁନା ଅଳଙ୍କାର ଲୁଟି ନେଇଥିଲେ ବୋଲି ଥାନାରେ ଅଭିଯୋଗ କରିଥିଲେ।ପୋଲିସ ସନ୍ଧାନୀ କୁକୁର,ସାଇଣ୍ଟିଫିକ ଟିମ ଓ ସିସି ଟିଭି ଫୁଟେଜ ସହାୟତା ଏବଂ ମୋବାଇଲ ଟ୍ରାକିଂ ଦ୍ୱାରା ବାବୁଲକୁ ଧରି ଜେରା କଲାପରେ ସେ ଚୋରି କରିଥିବା ସ୍ବୀକାର କରିଥିଲା ବୋଲି ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି।

