ଜୁଆ ଆଡ୍ଡା ଚଢ଼ାଉ ଆଠ ଗିରଫ, ନଗଦ ଏକଲକ୍ଷ ଚଉବନ ହଜାର ଟଙ୍କା ଜବତ

ଜୁଆ ଆଡ୍ଡା ଚଢ଼ାଉ ଆଠ ଗିରଫ, ନଗଦ ଏକଲକ୍ଷ ଚଉବନ ହଜାର ଟଙ୍କା ଜବତ

0 0
Read Time:1 Minute, 39 Second

ଆସିକା ଥାନା ଅନ୍ତର୍ଗତ ଲଛମନପଲି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଅତର୍କିତ ଚଢ଼ାଉ କରି ଆଠ ଜଣ ଙ୍କୁ ଗିରଫ କରିଛି  l ରେଡ ବେଳେ ଖେଳାଳି ଙ୍କ ପାଖରୁ ଲକ୍ଷେ ଚଉବନ ହଜାର ଚାରିଶହ ପଚାଶ ଟଙ୍କା ଜବତ କରି ଚାରୋଟି ବାଇକ ଓ ଆଠଟି ମୋବାଇଲ କୁ ସିଜ କରିଛି  l ଥାନା କେଶ ନମ୍ବର ୪୧୦/୨୨ ପ୍ରକାରେ ଏକ ମାମଲା ରୁଜୁ କରି ଖେଳାଳି ଙ୍କ ସମ୍ପର୍କ ରେ ପୋଲିସ ଛାନ ଭିନ କରି ଜୁଆ ଆଡ୍ଡା ଉପରେ ଅନ୍ୟ ତଥ୍ୟ ଓଗାଳିଛି  l ଏମାନେ ନୀତି ଦିନିଆ ଜୁଆଡି ନାଁ ଅନ୍ୟ  କେଁଉ ଜାଗାରେ ମିଳିତ ହୋଇ ଖେଳୁଛନ୍ତି କାହା କାହା ସାଙ୍ଗରେ ମିଶି ଖେଳୁଛନ୍ତି ତାର ଚେର ପୋଲିସ ଖୋଜୁଛି  l ବହୁ ଦିନ ହେଲା ଆଖ ପାଖ ଅଂଚଳ ରେ  ବାସ ଗୃହ ମାନଙ୍କ ରେ ଲୁଚି ଛପି ବିଭିନ୍ନ ଏରିଆ ରୁ ଆସି ଏକତ୍ରିତ ହୁଅନ୍ତି ଏବଂ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖେଳନ୍ତି  l ଏହା ଦ୍ୱାରା ସର୍ବ ଶାନ୍ତ ଯୁଆଡି ମାନ ସିକ ହରାଇ ଜୀବନ ହାରୁଛନ୍ତି ତ ଆଉ କିଏ ଚୋର ବୃତ୍ତି କୁ ଆପେଣେଇଛନ୍ତି, ନତୁବା ଗାଁ ଛାଡି ଫେରାର ହେଉଛନ୍ତି   l ଏଭଳି ସଂଗୀନ ଅଭିଯୋଗ ପୋଲିସ ହାତରେ ଲାଗିଥିବାରୁ ଯୁଆଡି ଙ୍କ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି  l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ ନ୍ୟୁଜ୍