Read Time:57 Second
ଆସିକା ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ବାଇକ ମୁଁହା ମୁଁହି ଧକ୍କାରେ ନଳବଣ୍ଟା ଗ୍ରାମର 24 ବର୍ଷୀୟ ଯୁବକ ବିକ୍ରମ ମିଶ୍ର ଘଟଣା ସ୍ଥଳରେ ମୂର୍ତ୍ୟୁ ହୋଇଛି l ଅନ୍ୟ ବାଇକ ଆରୋହୀ କଟକ ଅଂଚଳ ର ଫୁଲନଖରା ଗ୍ରାମର 20 ବର୍ଷୀୟ ଯୁବକ ସାଗର ଜେନା ଆସିକା ମେଡିକାଲ ରେ ଚିକିଛିତ ହେବା ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି lଦ୍ରୁତଗତିରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା।ନାଳବଣ୍ଟା ର ବିକ୍ରମ କଲେଜ ଛକ ରୁ ଗ୍ରାମକୁ ଯାଉଥିଲେ।ସାଗର ନିଜ ମାଉସୀ ଘର ମଗୁରା କୁ ଯାଉଥିଲେ। ( ଫଟୋ-ଆହତ ସାଗର ଜେନା )

