ଆସିକା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ, ଶାନ୍ତି ଶକ୍ତି ଭଵନରେ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ମାତେଶ୍ୱରୀ ଜଗଦମ୍ବାଙ୍କ ୫୭ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଅମୃତବେଳାରୁ ଆଧ୍ଯାତ୍ମିକ ପରିବେଶରେ ଯୋଗଯୁକ୍ତ ରହି ଶତାଧିକ ଭଉଣୀ ଭାଇ ରାଜଯୋଗ ମାଧ୍ୟମରେ ବିଶ୍ୱକୁ ଶାନ୍ତିର ସକାଶ ପ୍ରଦାନ କରିଥିଲେ l ଏହି ଅବସରରେ ଶାନ୍ତି ଶକ୍ତି ଭଵନର ସଭାଗୃହରେ ଏକ ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅlୟୋଜିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଶାନ୍ତି ଶକ୍ତି ଭଵନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭlତୀ ଭଉଣୀ ମାତେଶ୍ୱରୀ ଜଗଦମ୍ବାଙ୍କ ସ୍ମୃତିଚାରଣ କରିବା ଅବସରରେ ପ୍ରକାଶ କରିଥିଲେ ଯେ ମାତେଶ୍ୱରୀ ଜଗଦମ୍ବା ଜୀବନର ପ୍ରତ୍ୟେକ ଘଡିକୁ ଅନ୍ତିମ ଘଡିରୁପେ ଗ୍ରହଣକରି ପରମାତ୍ମ ଶାନ୍ତି ଓ ପ୍ରେମର ଗଙ୍ଗା ପ୍ଳାବନକରି ବିଶ୍ଵ ବନ୍ଦନୀୟl ହେଲେ l

କାର୍ଯ୍ୟକ୍ରମରେ ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶ୍ଵିନି କୁମାର ଦାସ, ଆସିକା ଡାକ ମଣ୍ଡଳର ସହକାରୀ ଅଧିକ୍ଷକ ଭାଗ୍ଯଧର ଦାସ,ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଦୁର୍ଗା ପ୍ରସାଦ ପଣ୍ଡା ଅତିଥି ଭାବେ ଯୋଗଦେଇ ମାତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l
ବ୍ରହ୍ମାକୁମାର ସତ୍ୟପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାର ବୁଲୁ, ବସନ୍ତ,ଲୋଚନ,କାହ୍ନୁ, ରାଜୁ, ନିରଞ୍ଜନ, କୃଷ୍ଣ, ଶିବା, ଶଙ୍କର, ଜ୍ଞାନ, ଗଣେଶ , ରାମପ୍ରସାଦ, ପଞ୍ଚାନନ, କମଳ, ବନମାଳୀ ବ୍ରହ୍ମାକୁମାରୀ ସୁଜ୍ଞାନୀ, ସବିତା, ନୀଳିମା,ଜ୍ୟୋତି, ଆଶା, ଅସୀନା,ଲୀଳା, ନିଶି, ମମତା ଆଦି ସହଯୋଗ କରିଥିଲେ l

