Read Time:1 Minute, 0 Second
ଚାଷକାର୍ଯ୍ୟ କରୁଥିବା ସମୟରେ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନତର କରାଯାଇଛି।ଆସିକା ଥାନା ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମର ସୁରେନ୍ଦ୍ର ସ୍ୱାଇଁ ଓ ଦେବେନ୍ଦ୍ର ମହାନ୍ତି ନିଜ ପାଟକିଆରି ବିଲରେ ଚାଷକାମ କରୁଥୁଲେ। ହଠାତ ଘନ ଅନ୍ଧର ଘୋଟି ଆସି ବିଜୁଳି ସହ ଘଡଘଡି ମାରିବାରୁ ଦେବେନ୍ଦ୍ର ଓ ସୁରେନ୍ଦ୍ରଙ୍କୁ ବଜ୍ରାଘାତ ହୋଇଥିଲା। ଖବର ପାଇ ଗ୍ରାମବାସୀ ଗୁରୁତର ଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ ।ଦେବେନ୍ଦ୍ର ମାହାନ୍ତି ମୃତ ହୋଇଥିଲା। ସୁରେନ୍ଦ୍ର ସ୍ୱାଇଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

