ହାତୀ ଉପଦ୍ରବ ଏବଂ ଆକ୍ରମଣରେ ଜଣେ ମୃତ

ହାତୀ ଉପଦ୍ରବ ଏବଂ ଆକ୍ରମଣରେ ଜଣେ ମୃତ

0 0
Read Time:2 Minute, 9 Second

ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ରବିବାର ରାତିରେ ପୁଣି ଜଣେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ହେଲେ ଦୀଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା , ଗାଁ ଦୋକାନରୁ ସଉଦା କିଣି ଫେରୁଥିବା ବେଳେ  ୨୫ ଟିକିଆ ହାତୀ ପଲ ଆଗରେ ପଡିଯାଇଥିଲେ। ସେଠାରେ ସେ ହାତୀ ଆକ୍ରମଣର ଶିକାର ହୋଇ ସ୍ଥାନୀୟ ଶିର୍ଶା ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ ସେଠାରେ ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
।ସେହିପରି ରବିବାର ବିଳମ୍ବିତ ରାତିରେ ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜୋକା ପଂଚାୟତର ଦିଗାରିସଳ ଗ୍ରାମରେ ହାତୀପଲ ପଶି ଘର ଭାଙ୍ଗି ଥିବାବେଳେ ଘରେ ଶୋଇଥିବା ବେଳ ୫୫ବର୍ଷୀୟ ବୃଦ୍ଧା ଫୁଲମଣି ମୁଣ୍ଡାଙ୍କ ଉପରେ କାନ୍ଥ ପଡି ଯାଇଥିଲା।ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି
ସେହିପରି ବେତନଟୀ ରେଞ୍ଜ ର ବୈଶିଙ୍ଗା – ମାଣତ୍ରୀ ରାସ୍ତା ର ବଡାମ ଛକ ରେ ଆଜି ଏକ ଦନ୍ତାହାତୀ ତିନି ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଅବରୋଧ କରି ଠିଆ ହୋଇ ରହିଥିଲା ଫଳରେ ରାସ୍ତା ର ଉଭୟ ପାଶ୍ୱର୍ରେ ଗାଡ଼ି ମଟର ଚଳାଚଳ ଠପ୍ ହୋଇ ରହିଥିଲା ।
ଦୀର୍ଘଦିନ ହେଲା ଏହି ଗ୍ରାମଗୁଡିକରେ ହାତୀ ଉପଦ୍ରବ ଲାଗି ରହିଥିବାବେଳେ,ବନ ବିଭାଗ ହାତୀପଲକୁ ସୁରକ୍ଷିତ ଭାବେ ବାଟ ଦେଖାଇବାରେ ଫେଲ ମାରିଛି।
ଗତ କିଛି ଦିନ ହେଲାଣି ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଝାଡଖଣ୍ଡି ହାତୀ ପଲ ପ୍ରବେଶ କରି ଥିବାବେଳେ ସେମାନଙ୍କୁ ଘଉଡାଇବାକୁ ନୟାନ୍ତ ହେବାକୁ ପଡିଛି । ହାତୀପଲ ବିଭିନ୍ନ ସମୟରେ ନିକଟସ୍ଥ ଗ୍ରାମକୁ ପ୍ରବେଶ କରି ଧାନ , ଚାଉଳ, ହାଣ୍ଡିଆ ଖାଇ ଉପଦ୍ରବ କରିବା ଦେଖିବାକୁ ମିଳୁଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍