ଭିନ୍ନକ୍ଷମମାନଙ୍କୁ ସରକାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ଯୋଜନା କରୁଛନ୍ତି। ବର୍ଷକୁ ବର୍ଷ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କରାଯାଉଛି ଏହି ପରିପ୍ରେକ୍ଷିରେ ଆଜି ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ,ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି। ଆଜି ଏହି ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ହିଂଜିଳି ବ୍ଲକ ବିଡ଼ିଓ ସୁବ୍ରତ ଜେନା ଙ୍କ ତତ୍ୟାବଧାନରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାମାଜିକ ଓ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ,ସଂମାନିତ ଅତିଥି ରୂପେ ବ୍ଲକ ଅଧକ୍ଷା ସରସ୍ବତୀ ସେଠୀ, ପୌରପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ ମଞ୍ଚାସିନ ହୋଇଥିଲ। ବ୍ଲକରେ ଥିବା ସମସ୍ତ ଭିନ୍ନକ୍ଷମମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି ପ୍ରକାଶ କରିଥିଲେ।
ସାମର୍ଥ୍ୟ ଶିବିରରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଭିନ୍ନକ୍ଷମ ନିଜ ନାମ ପଞ୍ଜିକରଣ କରିଥିଲେ।ଏଠାରେ ଅନ୍ ଲାଇନ୍ ରେ ନାମ ପଞ୍ଜିକରଣ କରିବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ହିଂଜିଳିକାଟୁ ବ୍ଲକ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
Read Time:1 Minute, 37 Second

