ପୋଟଲାମପୁର ଠାକୁରାଣୀ ଯାତ୍ରାରେ ବେଠୁଆରର ବିଜୟୀ ପାଣ୍ଡବ ପୁରସ୍କୃତ

ପୋଟଲାମପୁର ଠାକୁରାଣୀ ଯାତ୍ରାରେ ବେଠୁଆରର ବିଜୟୀ ପାଣ୍ଡବ ପୁରସ୍କୃତ

0 0
Read Time:1 Minute, 52 Second

ଧରାକୋଟ ନିକଟସ୍ଥ ବେଠୁଆର ଗ୍ରାମର ମା ଘୋଡାଦେବୀ ଯୁବ ନାଟ୍ୟ ସଂସଦର ମହାନ ପୌରାଣିକ ନାଟକ ମହାସମର ବା ବିଜୟୀ ପାଣ୍ଡବ ଛତ୍ରପୁର ବ୍ଲକ ର ପୋଟଲାମପୁର ଗ୍ରାମର ମା କୁକୁଟେଶ୍ୱରୀ ଙ୍କ ଠାକୁରାଣୀଙ୍କ ଭାଗନେଇ ପୌରାଣିକ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି । ଏହି ଯାତ୍ରାରେ ବେଠୁଆର ସହ ପଦାଗିରୀ, s ତିକରପଡା ସହ ଧାନଘର, ଜରଦା ସହ ଗଣ୍ଡଳା ମଧ୍ୟରେ ପୌରାଣିକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ହୃଷିକେଶ ସାହୁଙ୍କ ସଫଳ ନିର୍ଦେଶନା , ସଂଳାପ, ମଂଚ ସଜା, ଉତ୍ତମ ଅଙ୍ଗ ଭଙ୍ଗୀ ପ୍ରଦର୍ଶନ ପାଇଁ ବେଠୁଆରର ବିଜୟୀ ପାଣ୍ଡବ ଯାତ୍ରାକମିଟ ଦ୍ଵାରା ପୁରସ୍କୃତ ହୋଇଛି। ନାଟକର ଭୀମ ଚରିତ୍ର ପାଇଁ ବିଶ୍ୱଜିତ ପଟ୍ଟନାୟକ, ଅଭିମନୁ ଚରିତ୍ର ପାଇଁ ନାରାୟଣ ସ୍ଵାଇଁ ସ୍ୱତନ୍ତ୍ର ପୁରସ୍କାର ପାଇଛନ୍ତି । ଯାତ୍ରା କମିଟି ତରଫରୁ ଟ୍ରଫି ସହ ନଗଦ ଅର୍ଥ ରାଶି ବେଠୁଆରର ସଭାପତି ଗୋବିନ୍ଦ ଚନ୍ଦ୍ର ବିଶୋଇ, ଅଧିକାରୀ ଯୋଗେନ୍ଦ୍ର ବିଶୋଇ, ପରିଚାଳ ସତ୍ୟ ନାରାୟଣ ପଣ୍ଡା, କୋଷାଧ୍ୟ ହର୍ଷ ଗୌଡ଼ ଓ ସମ୍ପାଦକ ପ୍ରଶାନ୍ତ ବିଶୋଇ ମିଳିତ ଭାବେ ଏହି ପୁରସ୍କାର ଗ୍ରହଣ କରିଥିଲେ । 1981 ମସିହାରୁ ବେଠୁଆର ଗ୍ରାମରେ ମହାସମର ନାଟକ ଆରମ୍ଭ ହୋଇଥିଲା ।ବର୍ତ୍ତମାନ ଏହା ନୂତନ ଯୁବ କଳାକାର ମାନଙ୍କ ଦ୍ୱାରା ପରିବେଷଣ ହେଉଛି ।ଗ୍ରାମ ବାସୀ ଏଥିରେ ସହଯୋଗ ପ୍ରଦାନ କରୁଛନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ମନୋରଞ୍ଜନ