Read Time:1 Minute, 11 Second
ଆସିକା ସମବାୟ ବ୍ୟାଙ୍କର ପ୍ରାଥମିକ ସେବା ସମବାୟ କର୍ମଚାରୀଙ୍କ ଉପ ନିବନ୍ଦକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ପ୍ରତ୍ୟାହାର ହୋଇଛି । ତିନି ଦଫାରେ ପେକ୍ସ କର୍ମଚାରୀ ସମବାୟ ଉପନିବନ୍ଦକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାକୁ ଓଲ୍ହାଇଥିଲେ। ଡେ଼ପୁଟି ରେଜିଷ୍ଟ୍ରର ବିଶ୍ୱରଂଜନ ଦାସ,ଅସିଷ୍ଟାଣ୍ଡ ରେଜିଷ୍ଟ୍ରର ଗୋପାଳ ପୃସେଠ, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ସଂପାଦକ ମହେନ୍ଦ୍ରନାଥ ସାମଲ,ଏଜିଏମ ନିଳାଞ୍ଚଳ ପଣ୍ଡା ପ୍ରମୂଖ ଅଧିକାରୀଙ୍କ ସହ ସଂଘର କର୍ମକର୍ତ୍ତା ମନେ ଆଲୋଚନା କରିଥିଲେ।ବିଶେଷ କରି ଦରମା ସମ୍ବନ୍ଧୀୟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ଶନିବାର ଠାରୁ ଆସିକା ବ୍ୟାଙ୍କ ଅଧୀନରେ ରହିଥିବା ୧୯୧ ଗୋଟି ସେବା ସମବାୟ ସମିତିର କର୍ମଚାରୀ ମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଡି.ଆର.ବିଶ୍ୱରଂଜନ ଦାଶ ସୂଚନା ଦେଇଛନ୍ତି।

