ପାଟପୁର ପୋଲିସକୁ ମିଳିଛି ସଫଳତା। ଦୀର୍ଘ ୭ ମାସ ଧରି ଫେରାର ରହିଥିବା ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅପରାଧୀ ଦ୍ବୟ ହେଲେ ସ୍ଥାନୀୟ ଥାନା ଅଧିନସ୍ଥ ମୋହିବିଲ ଗ୍ରାମର ଲିଙ୍ଗରାଜ ଶବର ଓ ବିଜୟ ଦଳବେହେରା ବୋଲି ସୂଚନା ମିଳିଛି । ଖବରନୁଯାୟୀ , ଗତ ୨୦୨୧ ଅକ୍ଟୋବର ୯ ତାରିଖ ଦିନ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୋଲିସ ଟିମ ମୋହିବିଲ ଓ ଘାସିଆମ୍ବ ଗ୍ରାମରେ ଅତର୍କିତ ଭାବେ ୧୦ ଗୋଟି ଘରେ ଉପରେ ଚଢ଼ାଉ କରିଥିଲେ । ପୋଲିସ ଘଟଣାସ୍ଥଳରୁ ୮ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିଲା । ତେବେ ପୋଲିସ ପହଞ୍ଚିବା ବେଳକୁ ମାଫିଆ ମାନେ କୈାଣସି ସୂତ୍ରରୁ ସୂଚନା ପାଇ ଚମ୍ପଟ ମାରିଥିଲେ । ପୋଲିସ ଘଟଣାକ୍ରମେ ମାମଲା ନଂ ୩୩୧/୨୧ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ଗତକାଲି ଅଭିଯୁକ୍ତ ଦ୍ବୟ ମୋହିବିଲ ଗ୍ରାମରେ ଲୁଚି ରହିଥିବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଥାନା ଅଧିକାରୀ ଶ୍ରୀ ମଲ୍ଲ ଉକ୍ତ ଗ୍ରାମରେ ଅତର୍କିତ ଚଢାଉ କରି ୨ ଅଭିଯୁକ୍ତଙ୍କୁ ଗିରିଫ କରିଥିଲା । ଆଜି ସେମାନଙ୍କୁ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି l
ସାତମାସ ଧରି ଫେରାର ଗଞ୍ଜେଇ ବେପାରୀ ଗିରଫ
Read Time:1 Minute, 38 Second
