ଏହା କୌଣସି ଯାତ୍ରା ସଂଳାପ ନୁହେଁ।ଏହା ଗୋଟିଏ ବସହୀନ ଭୋକିଲା ପରିବାର ର ଛାତି ଭିତରୁ ବାହାରି ଆସୁଥିବା କରୁଣ କାହାଣୀ।ସରକାରୀ ବାବୁ ଆସିଛନ୍ତି, ଦୁଃଖଦ ପରିସ୍ଥିତି ଦେଖି ଯାଇଛନ୍ତି ପ୍ରତିଶ୍ରୁତି ମଧ୍ୟ ଦେଇ ଯାଇଛନ୍ତି, ତୁମପାଇଁ ସବୁ ବ୍ୟବସ୍ଥା କରାଯିବ,ତୁମ ପରିସ୍ଥିତି ବଦଳିବ, ହେଲେ ପ୍ରଶାସନର ବୁଢିଆଣି ଜାଲ ମଧ୍ୟରେ ଛନ୍ଦି ହୋଇ ବାବୁମାନେ ଅଣନିଶ୍ୱାସୀ ହୋଇ ନିରୁପାୟ।ଠିକ ସେହିପରି ନେତାମାନେ ଅସିଏଦୃଶ୍ୟ ଦେଖି ରଙ୍ଗୀନ ସ୍ବପ୍ନ ଦେଖାଇ ବଟମୋଦି ଚାଲି ଯାଇଛନ୍ତି।ଆମେ କହୁଛୁ ଧରାକୋଟ ବ୍ଲକ ବହାରପୁର ପଂଚାୟତ ର ଡାକିବଜା ଗ୍ରାମର ବିଧବା କମଳା ଦାସ ପରିବାର ର କରୁଣ କାହାଣୀ।ସ୍ୱାମୀ ବୃନ୍ଦାବନ ଦାସଙ୍କ ମୃତ୍ୟୁ ପରେ ଅସହାୟ କମଳା ସ୍ଥାନୀୟ ସରକାରୀ ବିଦ୍ୟାଳୟ ରେ ସହାୟିକା ଭାବେ କାମ କରି ପୁଅ ଦଣ୍ଡପାଣି, ବୋହୁ ଭାଗ୍ୟ, ନାତୁଣୀ ପ୍ରଭାତୀ ଓ ନାତି ଆକାଶ କୁନେଇ କଷ୍ଟେ ମଷ୍ଟେ ଚଳୁଥିଲେ।ହେଲେ ଉଛେଦ ହୋଇ ଅନ୍ୟତ୍ର ମିଶ୍ରଣ ପରେ ସେହି କାମଟି ହାତରୁ ଚାଲି ଯାଇଥିଲା।ମାସିକ 500 ଟଙ୍କା ଭତ୍ତା ସହ ପୁଅ ଚେରମୁଳି ଔଷଧ ବିକି ଯାହା ଆଣୁଚି ସେଥେରେ ପାଞ୍ଚ ପ୍ରାଣି କୁଟୁମ୍ବ କଷ୍ଟେ ମଷ୍ଟେ ଚଳୁଛନ୍ତି।ଏହାମଧରେ ଗତବର୍ଷର ଲଗାଣ ବର୍ଷାରେ ରହୁଥିବା ଘରର କାନ୍ଥ ପଡିଯିବା ସହ ଛପର ଉଡିଯାଇଥିଲା।କଳା ଜରିପାଲ ଘୋଡାଇ ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ବ୍ଲକରେ bdo ଙ୍କୁ ଗୁହାରି ଜଣାଇବା ପରେ bdo ନିଜେ ଆସି ପରିସ୍ଥିତି ଦେଖି ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ କହିଥିଲେ। ସର୍ଭେ ତାଲିକାରେ ନାମ ଯୋଡ଼ିଥିଲେ।ଏହାମଧ୍ୟରେ ବର୍ଷଟିଏ ବିତିଛି। ଗତ କାଳବୈଶାଖୀ ରେ ଘରର ମଝି କାନ୍ଥ ପଡିଯାଇଛି।ଏବେ ପରିସ୍ଥିତି ସଙ୍ଗିନ।କେଉଁ ମୁହୂର୍ତ୍ତରେ କି ପରିସ୍ଥିତି ଘଟିବ କହିବା ମୁସ୍କିଲ।ରାତିଟିଏ ଭଲରେ କଟିଲେ ଯୁଗଟିଏ ପରି ଲାଗୁଛି କମଳା ର ପରିବାରକୁ।ଏସମ୍ପର୍କରେ ଧରାକୋଟ bdo ଙ୍କ ଦୃଷ୍ଟି ଆକର୍ଷଣ ବେଳେ ସେ ନିରୁପାୟ ହୋଇ କହିଛନ୍ତି ମୁଁ କଣ କରିପାରିବି,bpgy ହେଉ କିମ୍ବା pmay ତାଲିକା ମଂଜୁରୀ ପାଇଁ ଯାଇଛି, ତାହା ଆସିଲେ ଘର ଯୋଗାଇ ଦିଆଯିବ।ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ହେଲେ ଏଠାରେ ପ୍ରଶ୍ନ ସେ ତାଲିକା କେବେ ମଂଜୁରୀ ପାଇ ଆସିବ ? ତାଲିକା ଆସିବା ପର୍ଯ୍ୟନ୍ତ କମଳା ର ପରିବାର ବଞ୍ଚିଥିବେ ତ ? ଯଦି କିଛି ଅଘଟଣ ଘଟେ ସେଥିପାଇଁ ପ୍ରଶାସନ ଦାୟୀ ରହିବତ ? ଏହିପରି ଦୟନୀୟ ସ୍ଥିତିରେ ଦିନ କାଟୁଥିବା ପରିବାର ପାଇଁ ସରକାର ଜରୁରୀକାଳୀନ ଭିତରେ ଘରଟିଏ ଯୋଗାଇ ଦେଇପାରିବେ ନାହିଁ ?ତାହାହେଲେ କାହାପାଇଁ ଏ ଯୋଜନା ? ସରକାରୀ ଯୋଜନା ର ବାସ୍ତବ ଚିତ୍ର ତଳସ୍ତରରେ କିପରି ଚାଲିଛି ସେ ସମ୍ପର୍କରେ ପ୍ରଶାସନର ଧଳା ହାତୀମାନେ ଅବଗତ ଅଛନ୍ତି କି ? ବାସ୍ତବରେ କମଳା ଦାସ ପରିବାରର ବିକଳ ଡାକ ଓ ପ୍ରଶାସନର ଆଶ୍ୱାସନା ମଧ୍ୟରେ ରହିଥିବା ଶୂନ୍ୟସ୍ଥାନ କେବେ ପୂରଣ ହେବ ତାହା ଦେଖିବାକୁ ବକିରହିଲା।
କମଳା ଦାସ ପରିବାର ର କରୁଣ କାହାଣୀ—— ବାବୁ ଆମକୁ ରକ୍ଷା କର, ଖାଇବାକୁ ଦିଅ,ବାସ ଦିଅ
Read Time:3 Minute, 44 Second

