Read Time:1 Minute, 3 Second
ଆସିକା ବ୍ଲକ କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଓ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ୩୩୮ଜଣ ପଞ୍ଜୀକୃତ ହୋଇଥିଲେ।ସେଥିରୁ ୨୯ଜଣଙ୍କୁ ତିନି ଚକିଆ ସାଇକେଲ,୬ ଜଣଙ୍କୁ ଦୁଇ ଚକିଆ ସାଇକେଲ,୪ ଜଣଙ୍କୁ ଆଶାବାଡି,୧୫ଜଣଙ୍କୁ ଶ୍ରବଣଯନ୍ତ୍ର,୬୮ଜଣଙ୍କୁ ପରିଚୟପତ୍ର ପ୍ରଦାନ ଏବଂ ୩୯ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।ଏହି ଶିବିରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ବିଧାୟିକା ମଞ୍ଜୁଳା ସ୍ବାଇଁ,ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ପି ଡି ସିନ୍ଧେ ଦତାତ୍ରେୟ ଭାଉ ସାହେବ,ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ବିଡ଼ିଓ ରୋଶନ ଶତପଥୀ, ତହସିଲଦାର ସଂଜୟ ସାମନ୍ତରାୟ ସମେତ ବ୍ଲକ କର୍ମଚାରୀ ଓ ବିଭିନ୍ନ ବିଭାଗର ବହୁ ପଦାଧିକାରୀ ମାନେ ଯୋଗଦେଇଥିଲେ।

