ଆସିକା ଚିନିଶିଳ୍ପର ମଦ ପ୍ରସ୍ତୁତି କାରଖାନାରେ କାର୍ଯ୍ୟରତ ଖଲାସି ବିଘନେଶ୍ୱର ବେହେରାଙ୍କ ପରିବାର ଲୋକଙ୍କୁ ଜିଲ୍ଲାପାଳ ଵିଜୟ ଅମୃତା କୁଲାଙ୍ଗେ ହରଡ଼ାପଦର ଗ୍ରାମକୁ ଯାଇ ଭିଟିଲେ ।ରେଡ଼କ୍ରସରୁ କୋଡିଏ ହଜାର ଟଙ୍କା ପ୍ରଦାନ କରିଥିଲେ। କ୍ଷତି ପୂରଣ ଏବଂ ପରିବାର ର ଜଣେ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ସମ୍ପର୍କରେ ସେ ଆସିକା ଚିନିଶିଳ୍ପକୁ ଯାଇ ପରିଚାଳନା ନିର୍ଦ୍ଧେଶକ ମନୋରଂଜନ ନାୟକ,ବିଭିନ୍ନ ପଦାଧିକାରୀ ଏବଂ ଶ୍ରମିକ ସଂଘ ସହ ଆଲୋଚନା କରିଥିଲେ।ଶିଳ୍ପ ନୀୟମ ଅନୁଯାୟୀ ସରକାରୀ ନୀତି ପ୍ରକାରେ କ୍ଷତିପୂରଣ ଦେବା ଏବଂ ପରିବାରର ଜଣକୁ ଚାକିରୀ ଦେବା ସମ୍ପର୍କରେ ପ୍ରତିଶ୍ରୁତି ଦିଆଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ଏମ ଡି ଶ୍ରୀ ନାୟକ।ରବିବାର ଦିନ ମୃତ ଶ୍ରମିକଙ୍କ ଶବକୁ ରଖି କ୍ଷତିପୂରଣ ଓ ମୃତ ପରିବାରର ଜଣକୁ ଚାକିରୀ ପ୍ରଦାନ ଦାବିକରି ଶ୍ରମିକ ମାନେ କାରଖାନା ସମ୍ମୁଖରେ ବିକ୍ଷୋଭ କରିଥିଲେ। ଗତ ୧୬ ତାରିଖ ଦିନ ମଦ ପ୍ରସ୍ତୁତି କାରଖାନାର ରେ କାମ କରୁଥିବା ବେଳେ ଷ୍ଟିମ ପାଇପ ଫାଟି ବିଘନେଶ୍ୱର ବେହେରା,ଖଲାସି ଏବଂ ଶ୍ୟାମ ନାରାୟଣ ରାୟ ଫୋରମେନ ଗୁରୁତର ହୋଇଥିଲେ।ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରମ୍ହପୁର ,ଭୁବନେଶ୍ୱର ଓ କଟକ ରେ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସିତ ଅବସ୍ଥାରେ ବିଘନେଶ୍ୱର ଙ୍କ ମୃତୁ ଘଟିଥିଲା।

