ଧରାକୋଟ,22/9/26
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ର ସଫଳ ମୁକାବିଲା ପାଇଁ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ଅତିରିକ୍ତ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସି ଡି ପି ଓ ସୁନିଲ ପ୍ରଭା ରଥ, ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ବେହେରା,ବଡ଼ଗଡ଼ ଥାନା ସବ ଇନ୍ସପେକ୍ଟର ଦୟାନିଧି ଭତ୍ରା,ଅଗ୍ନିଶମ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ସୁପର ଭାଇଯର ସୁଗ୍ୟାନି ବେହେରା,ସମସ୍ତ ଲାଇନ ବିଭାଗ ଅଧିକାରୀ ଓ ରାଜସ୍ୱ ନିରୀକ୍ଷକ ମାନେ ଉପସ୍ଥିତ ରହିଥିଲେ । ସଂପ୍ରତି ଲଘୁଚାପ ଜନିତ ବର୍ଷା ଓ ପବନ ଦ୍ଵାରା ଶୂନ୍ୟ ମୃତ୍ୟୁ ସହ ଧନ ଜୀବନ ର ସୁରକ୍ଷା ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇ ଥିଲା । ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଲୋକଙ୍କୁ ସଚେତନ କରାଇବା ପାଇଁ ନିର୍ଦେଶ ଦିଆଯାଇଥିଲା । ବିଜୁଳି ଘଡ଼ଘଡ଼ି ସମୟରେ କେହି ଜମିକୁ ନଯିବା,ଗର୍ଭବତୀ,ଶିଶୁ, ବୃଦ୍ଧ, ବୃଦ୍ଧା ମନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର, ନଦୀ କୂଳରେ ରହୁଥିବା ଲୋକଙ୍କୁ ଆବଶ୍ୟକ ସ୍ଥଳେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା,ଶୁଖିଲା ଖାଦ୍ୟ ମହଜୁଦ ରଖିବା ସହ କଳାବଜାରୀ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିବା,ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦରଦାମ ନିୟନ୍ତ୍ରଣ ପ୍ରତି ନଜର ରଖିବା,ରିଲିଫ ବଣ୍ଟନ ଓ ଉତ୍ତେଜନା ପ୍ରବଣ ଅଞ୍ଚଳ ପ୍ରତି ପୋଲିସ ଦୃଷ୍ଟିଦେବା,ବିପର୍ଯ୍ୟୟ ପରିଚାଳନା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିବା,ସଂକ୍ରାମକ ରୋଗ ଓ ତତ୍କାଳ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିବା ସହ ସମସ୍ତ ଅଧିକାରୀ ସଦର ମହକୁମା ରେ ଉପସ୍ଥିତ ରହି ଆସର୍ନ ବର୍ଷା ଓ ବାତ୍ୟା ର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା ।

