ସ୍ୱାସ୍ଥ୍ୟ ସେବକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସ୍ୱାସ୍ଥ୍ୟ ସେବକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0 0
Read Time:1 Minute, 58 Second


ଧରାକୋଟ,2/9/26
ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ତିରିଶି ବର୍ଷ ଧରି ଶୃଙ୍ଖଳିତ ଭାବରେ ସେବା ପ୍ରଦାନ କରି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ସ୍ୱାସ୍ଥ୍ୟ ସେବକ ଜେ. ଅର୍ଜୁନ ପାତ୍ର ଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭାବ ପୂର୍ଣ୍ଣ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଭବାନୀ ଶଙ୍କର ମିଶ୍ର,ସମ୍ମାନୀତ ଅତିଥି ଭାବେ ବ୍ଲକ ପଶୁ ଚିକିତ୍ସାଧିକାରି ଡାକ୍ତର ମାନସ ରଞ୍ଜନ ପଲେଇ, ସି ଡି ଏମ ଓ କାର୍ଯ୍ୟଳୟ ର ବିଭାଗୀୟ ମୁଖ୍ୟ ଅଧିକାରୀ ପ୍ରଦୀପ କୁମାର ସେନାପତି,ଡାକ୍ତର ନିବେଦିତା ସାହୁ,ଡାକ୍ତର ଅଲେଖ ପ୍ରଧାନ,ଡାକ୍ତର ବିମଳେନ୍ଦୁ ପଣ୍ତା,ଡାକ୍ତର ସିଦ୍ଧାନ୍ତ ସାମଲ , ସିଟି ହସ୍ପିଟାଲ ବ୍ରହ୍ମପୁର ର ଫାର୍ମାସୀ ଅଧିକାରୀ କେଦାର ନାଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି କର୍ତ୍ତବ୍ୟନିଷ୍ଠ, ଶୃଙ୍ଖଳିତ ,ପରୋପକାରୀ ତଥା ସେବା ପ୍ରଦାନକାରୀ ସ୍ୱାସ୍ଥ୍ୟ ସେବକ ଜେ ଅର୍ଜୁନ ପାତ୍ର ଙ୍କ ଗୁଣାବଳୀର ଭୂରୀୟଶି ପ୍ରଶଂସା କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ତାଙ୍କୁ ଉପଢୌକନ,ପୁଷ୍ପଗୁଚ୍ଛ ଓ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ବି ପି ଏମ ଗୋଲକ ନାରାୟଣ ଗରିଆଗଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ୱାସ୍ଥ୍ୟ