ଠିକାଦାରଙ୍କ ମାନମାନି ଯୋଗୁଁ ଲୋକେ ନାହିଁ ନଥିବା ହନ୍ତସନ୍ତ:ବିଭଗୀୟ ଅଧିକାରୀ ଜଳକା

ଠିକାଦାରଙ୍କ ମାନମାନି ଯୋଗୁଁ ଲୋକେ ନାହିଁ ନଥିବା ହନ୍ତସନ୍ତ:ବିଭଗୀୟ ଅଧିକାରୀ ଜଳକା

0 0
Read Time:3 Minute, 55 Second

ଆସିକା ବସଷ୍ଟାଣ୍ଡ ଉଭୟ ପାର୍ଶ୍ୱରେ ଚାଲିଥିବା ନାଳ କାର୍ଯ୍ୟ ବିଳମ୍ବ ଯୋଗୁଁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏମିତିକି ଦେଢ଼ ମାସ ହେଲା ନାଳ ପାଇଁ ଖୋଳା ହୋଇଥିବା ସ୍ଥାନରେ ବର୍ଷା ପାଣି ଜମିବା ଏବଂ ଅଳିଆ ଆବର୍ଜନା ଭର୍ତ୍ତି କାରଣରୁ ଏଥିରେ ମଶା ଓ ମାଛି ବୃଦ୍ଧି ପାଇବା ଏବଂ ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହେବାରୁ ରୋଗ ବ୍ୟାପିବାର ଅଧିକ ଆଶଙ୍କା କରାଯାଉଛି। ବର୍ଷା ଆରମ୍ଭ ହେଲାଣି ତଥାପି କାର୍ଯ୍ୟ ସମାପନ ହେଉନଥିବା ଫଳରେ ଯାତ୍ରୀ ଯିବା ଆସିବାରେ ଘୋର ବ୍ୟାଘାତ ଘଟୁଛି।ରାସ୍ତା ବାହାରେ ପଡିରହିଥିବା ନାଳ ମାଟିସବୁ ବର୍ଷା ପାଣି ରେ କାଦ ପଚ ପଚ ହେବାରୁ ଛୋଟମୋଟ ଦୁର୍ଘଟଣା ଘଟୁଛି। ବ୍ୟବସାୟ ଅନୁଷ୍ଠାନ କୁ ଗ୍ରାହକ ଯିବାରେ ଅସୁବିଧା ଯୋଗୁଁ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି।ତେଣୁ ବ୍ୟବସାୟୀ ମାନେ ନିଜ ଖର୍ଚରେ ନାଳ ଉପରେ ପ୍ଲେଟ ପକାଇ ବାରୁ ଠିକାଦାର କୁ ଖର୍ଚ୍ଚାନ୍ତ ହେବାକୁ ପଡୁନି।ଏଣୁ ନାଳ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଠିକାଦାର ଜାଣିଶୁଣି ହେଳା କରିଛନ୍ତି।ଏହାହେଲେ ଲୋକେ ବାଧ୍ୟ ହୋଇ ନିଜ ଘର କିମ୍ବା ବ୍ୟବସାୟ ଅନୁଷ୍ଠାନ ପାଇଁ ନାଳ ଉପରେ ପ୍ଲେଟ ପକାଇବାକୁ ବାଧ୍ୟ ହେଉଛନ୍ତି।ଠିକାଦାରଙ୍କ ଙ୍କୁ ଯଦି କିଏ କାମ ସମ୍ପର୍କରେ ପଚାରିବି ତାହାହେଲେ ଗୁଣ୍ଡାଗର୍ଦ୍ଦି କରିବାକୁ ପଛାଉ ନାହଁନ୍ତି ।ନାଳ ପାର୍ଶ୍ୱରେ ମାଟି ପକାଇବା ନତୁବା ନାଳ ଉପରେ ପ୍ଲେଟ ପକାଇବାକୁ ଠିକାଦାର ପକ୍ଷରୁ ବ୍ୟବସାୟୀ ଙ୍କୁ ଟଙ୍କା ମାଗୁଛନ୍ତି ନତୁବା ସରକାରୀ ଦଳର ନାମ ନେଇ ଧମକ ଦେଉଛନ୍ତି। ଉକ୍ତ କାର୍ଯ୍ୟ ବର୍ଷା ଆସିବା ପୂର୍ବରୁ ସମ୍ପୁର୍ଣ୍ଣ ହେବା ବଦଳେ ଜାଣିଶୁଣି ଅବହେଳା କରାଯାଉଛି।ଏପରିକି ନିମ୍ନ ମାନର କାର୍ଯ୍ୟ ଯଥା ଦୁର୍ବଳ ଲୁହା ରଡ଼ ଉକ୍ତ କାର୍ଯ୍ୟରେ ବ୍ୟବହାର ହେଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଓ ବେସରକାରୀ ବସଷ୍ଟାଣ୍ଡ କୁ ବଡ ବଡ ବସ ଷ୍ଟାଣ୍ଡ ଭିତରୁ ଯିବା ବିପଦ ପୂର୍ଣ ଅଟେ।କେତେବେଳେ ଏହି ନାଳ ଉପର ପ୍ଲେଟ ବସର ଭାରସାମ୍ୟ ରେ ଦବି ଯିବାର ସମ୍ଭାବନା ଅଧିକ।ସେଭଳି ନାଳର ଉଭୟ ପାର୍ଶ୍ୱରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ, ସମବାୟ ବ୍ୟାଙ୍କ,ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ,ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ରହିଥିବା ବେଳେ ସେଠାକୁ ବୁଢ଼ା,ବୁଢ଼ୀ,ଗର୍ଭବତୀ,ଦିବ୍ୟାଙ୍ଗ ମାନେ ଭତ୍ତା ପାଇଁ ଯିବାରେ ଘୋର ବ୍ୟାଘାତ ହେଉଛି ।ଏପରିକି କିଛି ଜଣ ଵୃଦ୍ଧ ନାଳରେ ଗଳି ପଡି ଖଣ୍ଡିଆ ଖାଵରା ହେଲେଣି।ସେମିତି ରୋଡର ଉଭୟ ପାର୍ଶ୍ୱରେ ଥିବା ପେଟ୍ରୋଲ ପମ୍ପ କୁ ମଧ୍ୟ ଲୋକେ ପେଟ୍ରୋଲ ପକାଇବାକୁ ନାଳ ଡେଇଁ ଯିବାରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି।ଏତେ ଅସୁବିଧା ଲାଗି ରହିଥିଲେ ମଧ୍ୟ ପ୍ରଶାସନର ଏଥି ପ୍ରତି ନିଘା ନାହିଁ।ଏମିତିକି ଉକ୍ତ ଠିକା କାର୍ଯ୍ୟକୁ ଶାସକ ଦଳର ଲୋକେ ଏହାକୁ କରୁଥିବା ଫଳରେ ପ୍ରଶାସନ ଦେଖି ଅଣଦେଖା ସାଜିଛନ୍ତି।ଏସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଅନେକ ବାର ସାକ୍ଷାତ କିମ୍ବା ମୋବାଇଲରେ ଯୋଗାଯୋଗ ସମ୍ଭବପର ହୋଇପାରିନି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ