ନୂତନ ସିଆରସିସି ଓ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସ୍ୱାଗତ ଉତ୍ସବ

ନୂତନ ସିଆରସିସି ଓ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସ୍ୱାଗତ ଉତ୍ସବ

0 0
Read Time:1 Minute, 44 Second

ଆସିକା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ନୂତନ ସିଆରସିସି ଓ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ଉତ୍ସବ ପାଟିଲିଗୁଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି l ଆୟୋଜିତ ଏହି ଉତ୍ସବ ରେ ଆସିକା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶିବରାମ ଗୌଡ଼ଙ୍କ ଅଧକ୍ଷତା ରେ ଜିଲ୍ଲା ର ସଭାପତି ସାରଥୀ ପାତ୍ର,ଉପ ସଭାପତି ଡ଼ି. ଗୌରୀ, ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଭାଗିରଥି ପାତ୍ର, ସଂଘ ର ସମ୍ପାଦକ ଅର୍ଜୁନ ନାହାକ,ଉପ ସଭାପତି ସୌଦାମିନୀ ହୋତ୍ତା,କୋଷାଧକ ପାଣ୍ଡଵ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ lନୂତନ ଭବେ ଯୋଗ ଦେଇଥିବା ସି ଆର ସି ସି ଅର୍ଚନା ବେହେରା, ଚିତ୍ର ସେନ ସେଠି, ଆର ସିଲା ଦୋରା, ପ୍ରମୁଖ ଉପସ୍ଥିତ ରହିଥିଲେ l ଚଳିତ ଶିକ୍ଷା ବର୍ଷ ରେ ନୂତନ ଭବେ ଶିକ୍ଷା ଭଳି ପବିତ୍ର କର୍ମକ୍ଷେତ୍ରରେ ଯୋଗ ଦେଇଥିବା ୭୦ ଜଣ ଶିକ୍ଷା ଶିକ୍ଷୟତ୍ରୀ, ଯୋଗ ଦେଇଛନ୍ତି l ଗୁରୁ ମାନେ ସମୟାନୁବର୍ତ୍ତିତା, ଶିଷ୍ଟାଚାର, କ୍ଷମାଶୀଳ, କର୍ତ୍ୟବ୍ୟ ନିଷ୍ଠା ହେବା ଓ ବିଦ୍ୟାଳୟ ଏକ ମନ୍ଦିର ବୋଲି ଦେଖିବାକୁ ଅତିଥି ମାନେ ମତ ରଖିଥିଲେ l କାର୍ଯ୍ୟକ୍ରମ କୁ ପୂର୍ବତନ ସିଆରସି ସି ଶୁଭେନ୍ଦୁ ଶେଖର ଜେନା ପରିଚାଳନା କରିଥିଲେ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍