ଆସିକାର ବିଭିନ୍ନ ସ୍ଥାନରେ ଆଜି ରଥଯାତ୍ରା ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପାଳିତ ହୋଇଥିବା ବେଳେ ଆଜି ସକାଳୁ ଚତୁର୍ଦ୍ଧା ମୂର୍ତିଙ୍କ ମଙ୍ଗଳଆଳତୀ,ପବତ୍ର ସ୍ନାନ,ମଇଲମ,ଆଳତୀ,ସକାଳଧୂପ, ବାଳ ଭୋଗ ଏବଂ ମଧ୍ୟାହ୍ନରେ ମହାପ୍ରସାଦ ଭୋଗ ହୋଇଥିଲା । ଏହାପରେ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା,ଧାଡି ପହଣ୍ଡି ଏବଂ ଶେଷରେ ଛେରା ପହଁରା ପରେ ରଥ ଟଣା ଆରମ୍ଭ ହୋଇଥିଲା । ଏହି ଅବସରରେ ଆସିକା ଚିନିଶିଳ୍ପ ନୂଆଗାଁ ଠାରେ ରଥଯାତ୍ରା ଧୁମଧାମରେ ପାଳିତ ହୋଇଥିବା ବେଳେ ଆସିକା ଚିନିଶିଳ୍ପ ନୂଆଗାଁ ଠାରେ ଗଞ୍ଜ୍ାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଛେରା ପହଁରା କରିଥିଲେ । ସେହିଭଳି ଆସିକା ସୁନାମ୍ବ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଛେରା ପହଁରା କରିଥିଲେ । ଏହି ଉତ୍ସବରେ ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ,ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ,ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ କୃପା ଲାଭ କରିଥିଲେ । ସେହିଭଳି ଆସିକା ଚିନିଶିଳ୍ପ ନୂଆଗାଁ ଠାରେ ଚିନିଶିଳ୍ପ ପରିଚାଳନା ପରିଷଦ ସଭାପତି ରବିନ୍ଦ୍ର ନାଥ ପଣ୍ଡା,ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରା,ଆସିକା ବିଡିଓ ଫକୀର ଚରଣ ପରିଡା,ଆସିକା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଲୋକନାଥ ବେଜ,ଆସିକା ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମୁଖ୍ୟ ନାରାୟଣ ମୁନୀ ସମେତ ମନ୍ଦିର ପୂଜାପଣ୍ଡା ପ୍ରମୁଖ ଥିଲେ । ଏହି ଅବସରରେ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଛଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏହି ରଥଯାତ୍ରା ଆସିକା ସହରର ବଜାର ସାହି ରଥଯାତ୍ରା,ଖମ୍ବେଶ୍ୱରୀପାଟଣା ରଥଯାତ୍ରା ସାଙ୍ଗକୁ ଗ୍ରାମାଞ୍ଚଳ କାଳଷଣ୍ଡପୁର,ନଳବଣ୍ଟା,ଋଷିପୁର,କେଶରାପଲ୍ଲୀ,ଗହଙ୍ଗୁ,ଭେଙ୍କଟରାଇପଲ୍ଲୀ,ଜୟପୁର ଏବଂ ଦେବଭୂମି ଠାରେ ବଡ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥିଲା ।

