ଆସିକା କୋର୍ଟ ପାଇଁ  ଜାଗା ପରିଦର୍ଶନ କଲେ ଜିଲ୍ଲା ଦୌରା ଜର୍ଜ

ଆସିକା କୋର୍ଟ ପାଇଁ  ଜାଗା ପରିଦର୍ଶନ କଲେ ଜିଲ୍ଲା ଦୌରା ଜର୍ଜ

0 0
Read Time:1 Minute, 55 Second

ଆସିକା କୋର୍ଟ ସ୍ଥାନାନ୍ତର ପାଇଁ ନୂତନ କୋଠା ନିର୍ମାଣ ସକାଶେ ଜାଗା ଚିନ୍ହଟ  କରିବା ନିମନ୍ତେ  ମାନ୍ୟବର ମୁଖ୍ୟ ବିଚାରପତି  ଜିଲ୍ଲା ଦୌରା ଜର୍ଜ ମାନ୍ୟବର ଶ୍ରୀମତୀ ରୂପଶ୍ରୀ ଚୌଧୁରୀ,ରେଜିଷ୍ଟ୍ରର ସୁଶାନ୍ତ ମିଶ୍ର ଓ ଆସିକା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ମାନ୍ୟବର ପ୍ରବୀର କୁମାର ଚୌଧୁରୀ ଜାଗା ପରିଦର୍ଶନ କରି ଫେରିଛନ୍ତି।ଗ୍ରସ୍ତ ବେଳେ ଆସିକା ତହସିଲଦାର ସଞ୍ଜୟ ସାମନ୍ତରାୟ, ଓକିଲ ସଂଘ ସଭାପତି ରବୀନ୍ଦ୍ର ନାଥ ଶର୍ମା,ସମ୍ପାଦକ ନାରାୟଣ ମୁନୀ  ସମେତ ସଂଘର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ଇତି ମଧ୍ୟରେ ହାଇକୋର୍ଟର ମୁଖ୍ୟ   ବିଚାରପତି ମାନ୍ୟବର ଏସ ମୁରଲୀଧର ଆସିକା ଗ୍ରସ୍ତରେ ଆସି ଦୁଇଟି ସ୍ଥାନ ଦେଖିବାକୁ ଆସିଥିଲେ।ଗୋଟିଏ ବାବନପୁର ଏବଂ ଅନ୍ୟଟି ଆସିକା ତାଲୁକାଛକ ଦେଖିଥାନ୍ତେ।କିନ୍ତୁ ବାବନପୁର ସ୍ଥାନ ଦେଖିବା ପରେ ସମୟ କମ ଥିବା  କହି ଚାଲି ଯାଇଥିଲେ। ତାଙ୍କରି ସହ ଅନ୍ୟ ଦୁଇ ମାନ୍ୟବର ବିଚାରପତି ବି.ଆର. ଷଡଙ୍ଗୀ ଏବଂ ଦେବବ୍ରତ ଦାସ ସମେତ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଗଂଜାମ ଏସ.ପି.ଜଗମୋହନ ମିନା, ବ୍ରହ୍ମପୁର ଏସ.ପି.ଶ୍ରବଣ ବିବେକ ,ଜିଲ୍ଲାର ବହୁ ଉଚ୍ଚ ପଦାଧିକାରୀ ଥିଲେ। ଆସିକା କୋର୍ଟ ପରିସରରେ ଓକିଲ ସଂଘର କର୍ମକର୍ତ୍ତା ମାନେ ନୂତନ କୋଠା ଆସିକାର ତଲୁକା ଠାରେ  ହେବା ନେଇ ପ୍ରସ୍ତାବ ଦେଇଥିବା ମୂଖ୍ୟ ବିଚାରପତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized