କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଙ୍କ ଉପସ୍ଥିତି ରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଓ ଲୋକସଭା ପ୍ରବାସ ଯୋଜନାର କୋର କମିଟି ଓ ମଣ୍ଡଳ ସଭାପତିଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମାଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକ ରେ ଧରାକୋଟ ସ୍ଥିତ କଳାବିକାଶ କେନ୍ଦ୍ର ପରିସରରେ ବିଜେପି ନେତ୍ରୀ ଅନିତା ଶୁଭଦର୍ଶନି , ମହେଶ୍ୱର ମହାନ୍ତି, ଦେବରାଜ ମହାନ୍ତି, ନିଳମଣୀ ବଇଷେୟୀ, ରଂଜନ ପୋଲାଇ,ଅନୀଲ ପଣ୍ଡା,ଶିଶିର ମିଶ୍ର, ପୃଥିବୀ ରାଜ ମହାପାତ୍ର, ଏବଂ ଅରୁଣ ପଣ୍ଡାଙ୍କ ସମେତ ଗଂଜାମ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଛାମୁଆ ନେତା , ମଣ୍ଡଳ ସଭାପତି ,ପ୍ରଭାରୀ,କୋର କମିଟି ସଦସ୍ୟ, ଏବଂ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଇଂ ପ୍ରଦୀପ କୁମାର ପତ୍ରୀ ଙ୍କ ପରିଚାଳନା ରେ ହୋଇଥିବା ଏହି ବୈଠକରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବୁଥ ସ୍ତରରେ ବିଜେପି ସଂଗଠନ କୁ ସୃଦୃଢ଼ ଏବଂ ଶୃଙ୍ଖଳିତ କରିବା ସହ ଜନ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିକାଶ ଓ ପ୍ରଗତି ଶିଳ ଓ ଲୋକାଭିମୁଖୀ ଯୋଜନାକୁ ଜନ ସାଧାରଣ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ଦଳୀୟ ନେତୃବୃନ୍ଦ ଙ୍କୁ ଆହ୍ବାନ ଦେଇଥିଲେ।ଗତ ନିର୍ବାଚନରେ ଓଡ଼ିଶାର ୧୩ ଗୋଟି ଲୋକସଭା କ୍ଷେତ୍ରରେ ବିଜେପି ପରାଜୟ ମୁଖ ଦେଖି ଥିବାରୁ କେନ୍ଦ୍ର ନେତୃବୃନ୍ଦ ସଂପୃକ୍ତ ସଂସଦୀୟ କ୍ଷେତ୍ର ପାଇଁ ଜଣେ ଲେଖାଏଁ କେନ୍ଦ୍ର ମନ୍ତ୍ରୀ ଙ୍କୁ ସାଙ୍ଗଠନିକ ଦାୟିତ୍ଵ ପ୍ରଦାନ କରିଛନ୍ତି।ସେହି କ୍ଷେତ୍ରରେ ଦଳର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆସିକା ଲୋକସଭା ଆସନ ପାଇଁ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜରଦୋଶ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଶତାଧିକ ନେତୃବୃନ୍ଦ ଉପସ୍ଥିତ ଥିଲେ।


