ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର

ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର

0 0
Read Time:1 Minute, 37 Second

ଧରାକୋଟ ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ମମତା ସାମନ୍ତରାୟ ଙ୍କ ପ୍ରତ୍ୟେକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି ଶିବିରରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବି ଡି ଓ ଡେନିସ ବେହେରା ,ତହସିଲଦାର କବିରାଜ ପ୍ରଧାନ, ସୋରଡା ଥାନା ଅଧିକାରୀ ରମେଶ ପ୍ରଧାନ, ବଡ଼ଗଡ ଥାନା ଅଧିକାରୀ ସୁରଜ୍ ଝଙ୍କାର, ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ, ବି ଜେ ଡି ବ୍ଲକ ସଭାପତି ସଞ୍ଜୟ ପାତ୍ର,ପୂର୍ବତନ ସରପଂଚ ଦିଲୀପ ସ୍ୱାଇଁ, ସରପଞ୍ଚ ପୁନିଆ ଦାସ, ଅଭିମନ୍ୟୁ ସେଠୀ, ଦିଲୀପ ଜେନା,ସତ୍ୟବାଦୀ ସ୍ବାଇଁ, ଯୋଗେନ୍ଦ୍ର ସ୍ୱାଇଁ, ଲିଟୁ ଭୂୟାଁ,ପ୍ରମୋଦ ମହାରଣା, ମୁନା ସ୍ୱାଇଁପ୍ରମୁଖ ଉପସ୍ଥିତ ରହିଥିଲେ ।ଶିବିରରେ 132ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ସମସ୍ତ ପୋଲିସ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ। ରକ୍ତ ଅଭାବ ଜନିତ ମୃତ୍ୟୁ କୁ ରୋକିବା ସହ ସମାଜରେ ରକ୍ତଦାନ କରି ଏକ ସୁସ୍ଥପରମ୍ପରା ସୃଷ୍ଟି ପାଇଁ ସମସ୍ତେ ଆଗକୁ ବଢ଼ିବାକୁ ଥାନା ଅଧିକାରୀ ମମତା ସାମନ୍ତରାୟ ଆହ୍ବାନ ଦେଇଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories