ଧରାକୋଟ ବ୍ଲକ ସଦର ମହକୁମାର ଉପ ଡାକଘର ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛି। Bsnl ବିଭାଗର ମନୋମାନୀ କାର୍ଯ୍ୟ ଯୋଗୁଁ ଅଞ୍ଚଳର ଗ୍ରାହକ ମାନେ ଦୁର୍ଦ୍ଦଶାରେ ଦୀର୍ଘ ଦିନ ହେଲା ବେଶ ସନ୍ତୁଳିତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ bsnl ର ନେଟ ସଂଯୋଗ ଦୀର୍ଘଦିନ ହେଲା ଏଠାରେ କାର୍ଯ୍ୟ କରୁନି । ଯାହା ଫଳରେ ଡାକ ଘର ଦ୍ଵାରା ହେଉଥିବା ଚିଠି ପତ୍ର କାରବାର,ରେଜିଷ୍ଟ୍ରି ଡାକ,e mail, ମନି ଅର୍ଡର,e post, ପର୍ଶଲ ଓ ସ୍ପିଡ ପୋଷ୍ଟ ସେବା ଏଠାରେ ଦୀର୍ଘ ଏକ ସପ୍ତାହ ହେଲା ଉପଲବ୍ଧ ହେଉନାହିଁ ।ଏହି ଉପ ଡାକଘର ଉପରେ ବ୍ଲକର କୋଡିଏ ହଜାର ରୁ ଅଧିକ ଲୋକ ନିର୍ଭର କରନ୍ତି। ଏହା ଅଧିନରେ ସୁରମଣି, ମାଣିକପୁର, ବାହାରପୁର, ରୁଗୁମୁ, ବେଠୁଆର,ନୂଆଗଡ, ଜାହାଡା, ସିଙ୍ଗିପୁର, ଜାନବିଲି, ସାବାଓ ଗଡ ଦାମୋଦର ପଲି ଶାଖା ଡାକଘର ନିର୍ଭର କରନ୍ତି। ନେଟ ସଂଯୋଗ ବିଚ୍ଛିନ୍ନ ସମ୍ପର୍କରେ ଟେଲିକମ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ ବେଳେ ଆମ କର୍ମଚାରୀ ଅସୁସ୍ଥ ଯୋଗୁଁ ଏହି ସମସ୍ୟା ଦେଖା ଦେଇଛି ତାହା କୁ ସଜଡ଼ା ଯିବ, ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ନେଟ ସଂଯୋଗ ଯୋଗାଇ ଦେବା ପାଇଁ ଉଦ୍ୟମ ହେଉଛି ବୋଲି ପ୍ରକାଶ କରିଥିଲେ। ଆଶ୍ଚର୍ଯ୍ୟର କଥା ଡାକ ବିଭାଗ ଭଳି ଏକ ସରକାରୀ ସଂସ୍ଥା ର ଏହି ଦୁର୍ଦ୍ଦଶା ବେଳେ ଅନ୍ୟ ଏକ ସରକାରୀ ସଂସ୍ଥା bsnl ର ଅସହଯୋଗ ନୀତି ଗ୍ରହକ ମାନଙ୍କ ମଧ୍ୟରେ ବେଶ ପ୍ରତିକ୍ରିୟା ସୃଷ୍ଟି କରିଛି। ଏଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଲୋକେ ଦାବୀ କରିଛନ୍ତି।

